କାଲିମେଳା ତହସିଲରେ ଜମି ଦୁର୍ନୀତି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (୦୬/୦୪): ମାଲକାନଗିରି ଜିଲ୍ଲା ବିଧାୟକ ଆଦିତ୍ୟ ମାଢି ଗତ ଏପ୍ରିଲ ଦୁଇ ତାରିଖ ଦିନ ମାଲକାନଗିରି ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ମାଧ୍ୟମରେ ଲିଖିତ ଭାବେ ଅଭିଯୋଗ କରିଥିଲେ କାଲିମେଳା ତହସିଲରେ ଜମି ଦୁର୍ନୀତି ବିଷୟରେ କିନ୍ତୁ ସଂପୃକ୍ତ ତହସିଲଦାର ଆଲୋକ କୁମାର ଅନୁଗୁଳିଆ ବିରୋଧରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଯାହାକୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି |

ସରକାରୀ ଜମିକୁ ବିପୁଳ ପରିମାଣରେ ଲାଞ୍ଚ ନେଇ କୋଟିପତି, ଠିକାଦାର, ରାଜ ନେତା,ସରକାରୀ କର୍ମଚାରୀ ଏବଂ ଦଲାଲମାନଙ୍କୁ ବିକ୍ରି କରାଯାଇଛି । ଯାହାର ପ୍ରମାଣ ସ୍ବରୂପ ଦୁଇ ଜଣ ତଳିଆ କର୍ମଚାରୀଙ୍କୁ ପ୍ରଶାସନ ନିଳମ୍ବିତ କରି ଚୁପ ବସିଛି କିନ୍ତୁ କାହିଁକି ଏବଂ କାହା ସ୍ବାର୍ଥରେ ତହସିଲଦାରଙ୍କୁ ଆଜି ପର୍ଯ୍ୟନ୍ତ ଘଣ୍ଟ ଘଡାଇ ରଖାଯାଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ଏଭଳି ବହୁ ଜଣଙ୍କୁ ତହସିଲ ପକ୍ଷରୁ ବେନିୟମ ଭାବେ ଜମି ପଟ୍ଟା ପ୍ରଦାନ କରାଯାଇଛି ଜଙ୍ଗଲ ଜମି, ଚାଷ ଜମି, ରିଜର୍ଭ ଫରେଷ୍ଟ ଇତ୍ୟାଦିକୁ ତହସିଲ ପକ୍ଷରୁ ଲକ୍ଷାଧିକ ଟଙ୍କାରେ ଧନୀକ ଶ୍ରେଣୀର ଲୋକମାନଙ୍କୁ ଟେକି ଦିଆଯାଇଛି । ଯାହାର ତଦନ୍ତ ହେବା ସହ ସଂପୃକ୍ତ ତହସିଲଦାର ଆଲୋକ ଅନୁଗୁଳିଆ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର । କାଲିମେଳା ତହସିଲ ରେ ସରକାର ଙ୍କ ଜମି କୁ ବେଆଇନ ଭାବେ ବିକ୍ରି କରାଯାଉଥିବାରୁ ଯଥା ଶୀଘ୍ର ଏହା ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ମାଲକାନଗିରି ଜିଲ୍ଲା ବିଧାୟକ ଆଦିତ୍ୟ ମାଢି ଏକ ଦାବିପତ୍ର ମାଧ୍ୟମରେ ଗତ ଏପ୍ରିଲ ଦୁଇ ତାରିଖ ଦିନ ମାଲକାନଗିରି ଜିଲ୍ଲାପାଳଙ୍କୁ ଜଣାଇଥିଲେ |

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: