ସାଧାରଣ ଜନତାଙ୍କ ସ୍ୱର

କାର ସହ ୫୬୮ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଚମ୍ପଟ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୦୯/୧୨): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ଆଜି ଦିନ ବାରଟା ବେଳେ ନୂଆଗୁଡା ଛକରେ ପୋଲିସ ପାଟ୍ରୋଲିଂ ସମୟରେ କାର ସହ ୫୬୮ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଘଟଣା ସ୍ଥଳରୁ ଡ୍ରାଇଭର ଚମ୍ପଟ ହୋଇଥିବା ବୈପାରୀଗୁଡା ଥାନା ଅଧିକାରୀ ସୂଚନା ଦେଇଛନ୍ତି l0d8cc3f8 0550 4f80 b0bf 648c090f4a69

ପ୍ରାଥମିକ ସୂଚନା ଅନୁଯାୟୀ ( ଓଡି ୨୪- ୮୧୦୪ )ନମ୍ବର ଏକ ମହିନ୍ଦ୍ର ବୁଲେରୋ ପିକଅପ ଗାଡ଼ିରେ ମାଲକାନଗିରି ଠାରୁ ନବରଙ୍ଗପୁର କୁ ଗଞ୍ଜେଇ ଚୋରି ଚାଲାଣ ହେଉଥିବା ବେଳେ ନୂଆଗୁଡା ଛକ ଠାରେ ପୋଲିସ ହାତରେ ଧରାପଡିଛି l ବୈପାରୀଗୁଡା ଥାନା କେସ ନମ୍ୱର ୧୪୮ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି l ବୈପାରୀଗୁଡା ଥାନା ଆଇଆଇସି ମହେନ୍ଦ୍ର ସାହୁ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି l

Welcome to Odisha News24

%d bloggers like this: