କାର ସହ ୧୮୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ, ଡ୍ରାଇଭର ଚମ୍ପଟ

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୫/୧୨): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ଗତ କାଲି ଦିନ ୧୧.୩୦ଟା ସମୟରେ ମାଝୀଗୁଡା ଛକରେ ପୋଲିସ ପାଟ୍ରୋଲିଂ ବେଳେ କାର ସହ ୧୮୦କେଜି ଗଞ୍ଜେଇ ଜବତ ହୋଇଛି ଏବଂ ଜଣକୁ ଗିରଫ କରାଯାଇଛି l

ଗିରଫ ଯୁବକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଫୁଲପଦର ଗାଁର ଗଙ୍ଗାଧର ଖରାଙ୍କ ପୁଅ ଏଲିଆ ଖରା (୧୯) ବୋଲି ଜଣାପଡିଛି l ଅଭିଯୁକ୍ତ (ଓଡି୧୦ କେ ୫୫୫୩ )ନମ୍ବର କାରରେ ମାଲକାନଗିରି ଠାରୁ କୋଟପାଡ଼ ଅଭିମୁଖେ ଗଞ୍ଜେଇ ନେଇ ଯାଉଥିବା ବେଳେ ମାଝୀଗୁଡା ଛକରେ ପୋଲିସ ହାତରେ ଧରାପଡିଛି l ଘଟଣା ସ୍ଥଳରୁ ଡ୍ରାଇଭର ଚମ୍ପଟ ହୋଇଥିବା ସୂଚନା ମିଳିଛି l ବୈପାରୀଗୁଡା ଥାନା କେସ ନମ୍ୱର ୧୫୪ଅନୁଯାୟୀ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଜୟପୁର କୋର୍ଟ ଚାଲାଣ କରାଯାଇଛି l ବୈପାରୀଗୁଡା ଥାନା ଆଇଆଇସି ମହେନ୍ଦ୍ର ସାହୁ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି l

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: