କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣକୁ ବୈପାରୀଗୁଡା ପ୍ରେସ କ୍ଲବ ପକ୍ଷରୁ ନିନ୍ଦା

ରିପୋର୍ଟ: ଏନ.ସନ୍ତୋଷ କୁମାର //
ବୈପାରୀଗୁଡା (୨୭/୦୫): କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାକୁ ନେଇ ନିନ୍ଦା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନକରାଯାଇଛି | ବୈପାରୀଗୁଡା ପ୍ରେସ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଆଜି ସ୍ଥାନୀୟ ବିଡ଼ିଓ ଅଭିମନ୍ୟୁ କବି ଶତପଥୀଙ୍କ ଜରିଆରେ ଲିଖିତ ଦାବୀ ପତ୍ର ପ୍ରଦାନ କରାଯାଇଛି | ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଲେ ଏବେ ଓଡ଼ିଶାରେ ଅସୁରକ୍ଷିତ ଏହି ଚତୁର୍ଥ ସ୍ତମ୍ଭ |

ସାରା ରାଜ୍ୟରେ କିଛି ଦିନ ହେବ ସାମ୍ବାଦିକଙ୍କ ଉପରେ ଆକ୍ରମଣ ବଢ଼ି ଚାଲିଛି | ଆଉ ଚୁପ୍ ବସିଛି ପ୍ରଶାସନ | କାର୍ଯ୍ୟରତ ସାମ୍ବାଦିକ କେଉଁଠି ପୋଲିସ୍ ତ ଆଉ କେଉଁଠି ରାଜନେତା ଉଦ୍ଦେଶ୍ୟମୂଳକ ଭାବେ କରୁଛନ୍ତି ଆକ୍ରମଣ | ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁ ମାନେ ନିସ୍ୱାର୍ଥପର ହୋଇ ସାଧାରଣ ଜନତାଙ୍କ ସୁଖ ଓ ଦୁଃଖର ଭାଗିଦାରୀ ହୋଇ ସମସ୍ତ ସମସ୍ୟାକୁ ଲୋକ ଲୋଚନକୁ ଆଣିବାକୁ ପ୍ରୟାସ କରୁଛନ୍ତି ସେମାନଙ୍କୁ ଆକ୍ରମଣ ପରେ ଆକ୍ରମଣ କରାଯାଉଛି | ସେହିପରି ନିକଟରେ ପୁରୀରେ ଘଟିଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି ଆଜି ଏହି ଦାବୀ ପତ୍ର ପ୍ରଦାନ କରାଯାଇଛି |

Welcome to Odisha News24

error: Content is protected !!
%d bloggers like this: