କାପଲୋଡା ପଞ୍ଚାୟତର ସାଇବୋରି ଜଳ ପ୍ରପାତ

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା ୧୦/୧୨/୨୦): ବନ୍ଧୁଗାଁ ବ୍ଲକର କାପୋଲୋଡା ପଞ୍ଚାୟତର ସାଇବୋରି ଜଳ ପ୍ରପାତ ଏବେ ନୂତନ ଭାବରେ ଜଣାଶୁଣା ପାଇଁ ଚର୍ଚ୍ଚା ଚାଲିଛି | ଏହି ଜଳ ପ୍ରପାତ ଦେଖିବାକୁ ଜଙ୍ଗଲ ଭିତରେ ଦୁଇଟି ଝରଣାର ମିଳନରେ ଏକା ସ୍ଥାନରେ ସଂଯୋଗ ହୋଇ ପାହାଡ଼ ଦେଇ ବୋହି ଆସି ପ୍ରାୟ ଏକ ସହ ଫୁଟ ଉଚ୍ଚରୁ ତଳକୁ ପାଣି ପଡିଥାଏ | ଏହି ସାଇବରି ଜଳ ପ୍ରପାତ ଅନେକ ବର୍ଷରୁ ଅବସ୍ଥିତ |

ଏହି ସ୍ଥାନକୁ ଅଧିକ ମାତ୍ରାରେ ପର୍ଯ୍ୟଟକଙ୍କ ଗହଳି ଜମିବାରେ ଲାଗୁଛି | ଏହି ଜଳ ପ୍ରପାତକୁ ଯିବା ପାଇଁ ହେଲେ ବନ୍ଧୁଗାଁ ବ୍ଲକ ଠାରୁ ଆଖପାଖ କୋଡିଏ କିଲୋମିଟର ଦୂରରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି | ଏଠାକାର ଆକର୍ଷଣୀୟ ପରିବେଶ ଓ ପାହାଡିଆ ଜଙ୍ଗଲ ଅତି ସ୍ୱଚ୍ଛ ଥିବାରୁ ଲୋକଙ୍କ ମନକୁ ଛୁଇଁଥାଏ | ଦେଢ଼ ବର୍ଷ ହେବ ଏହି ଜଳ ପ୍ରପାତ ଲୋକ ଲଚନକୁ ଆସିଥିଲା ଓ ଆଠ ବର୍ଷ ପୂର୍ବେ ପଞ୍ଚାୟତ ଦ୍ୱାରା କାମଶ୍ଵର ରତନାଲୁ କିଛି ଟଙ୍କା ଖର୍ଚ୍ଚ କରି ଜଳ ପ୍ରପାତକୁ ଦେଖିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ଆକର୍ଶଣ ପାଇଁ ଝରଣା ପାଣିକି ଡ୍ରେନ କରାଯାଇ ନିର୍ମଳ ପାଣି ପାଇଁ କିଛି କାମ କରିଥିଲେ | ଏହି ସାଇବୋରି ଜଳ ପ୍ରପାତକୁ ଯିବା ପାଇଁ ହେଲେ ଆଲମଣ୍ଡା ଗ୍ରାମରୁ ଦୁଇ ରାସ୍ତା ଦେଇ ଯିବା ପାଇଁ ସୁବିଧା ଅଛି, ଏହି ସାଇବରୀ ଜଳ ପ୍ରପାତରେ କାର୍ତ୍ତିକ ମାସ ପରଠାରୁ ପିକନିକ ପାଇଁ ଦିନ ବାର ଅନୁଯାଇ ଭିଡ଼ ଜମିବାର ଦେଖିବାକୁ ମିଳିଛି | ଜଳ ପ୍ରପାତକୁ ପ୍ରଶାସନ ଦ୍ୱାରା ଉନ୍ନତି କରାଯିବା ପାଇଁ ବନ୍ଧୁଗାଁ ବ୍ଲକର କିଛି ବୁଦ୍ଧି ଜୀବୀମାନେ ଓ ଜନସାଧାରଣ ଦାବି କରିଛନ୍ତି |

Welcome to Odisha News24

error: Content is protected !!
%d bloggers like this: