କାନସୁରରେ ଦୁଇଜଣ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର-ତା୨୫-୫): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚୟତର କାନସୁର ଗାଁରେ କରୋନାରେ ଦୁଇ ଜଣ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଦଳ କରୋନା ସ୍ୱାବ ପରୀକ୍ଷା କରିବା ପାଇଁ କାନସୁର ଗାଁକୁ ଯାଇଥିଲେ । ସେଠାରେ ୮ଜଣଙ୍କୁ କରୋନା ଆଣ୍ଟିଜେନ ସ୍ୱାବ ପରୀକ୍ଷା କରାଯାଇଥିଲା । ସେଥିରୁ ୨ଜଣଙ୍କର କରୋନା ପଜିଟିଭ ବାହାରି ଥିବା ସୂଚନା ମିଳିଛି । ଏହା ପୂର୍ବରୁ ନିୟମଗିରିରେ ୫୩ଜଣଙ୍କ କରୋନା ପଜିଟିଭ ବାହାରିଥିଲା । ଏହାକୁ ମିଶାଇ ମୋଟ ୫୫ଜଣ ନିୟମଗିରି ଆଦିମ ଜନଜାତି ଡଙ୍ଗରିଆ ଆକ୍ରାନ୍ତ ହୋଇ ସାରିଲେଣି ।

Welcome to Odisha News24

error: Content is protected !!
%d bloggers like this: