କଳିଙ୍ଗାଘାଟି ଭାଲିଆପଟାରେ ଲୁହାପଥର ବୋଝେଇ ଟ୍ରକ ଦୁର୍ଘଟଣା,ଡ୍ରାଇଭର ଗୁରୁତର

ରିପୋର୍ଟ: ଜଗଦୀଶ ଦାସ //
ଜି.ଉଦୟଗିରି (୨୨/୦୨): ସୁନ୍ଦରଗଡ ବଡବିଲରୁ ଲୁହାପଥର ଗୁଣ୍ଡ ବୋଝେଇ ଟ୍ରକ ନଂ ଓଡି ୧୪ ଏଫ ୫୪୬୦ ଗୋପାଳପୁର ପୋର୍ଟକୁ ଯାଉଥିବା ବେଳେ କଳିଙ୍ଗା ଘାଟି ଭାଲିଆପଟା ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ଜଣାପଡିଛି।

ବିବରଣିରୁ ପ୍ରକାଶଯେ ଝାଡଖଣ୍ଡ ଅଞ୍ଚଳର ଡ୍ରାଇଭର ମୋବିନ୍ ଅନସାରୀ(୨୫) ଓ ହେଲପର ଆତାଉଲ୍ ଅନସାରୀ(୧୯) ସୁନ୍ଦରଗଡରେ ରହି ଆସୁଥିବା ବେଳେ ଆଜି ଲୁହାପଥର ବୋଝେଇ କରି ଗୋପାଳପୁର ପୋର୍ଟକୁ ନେଉଥିବା ସମୟରେ କଳିଙ୍ଗା ଘାଟି ଭିଲିଆପଟା ଠାରେ ଦୁର୍ଘଟଣା ଘଟି ଟ୍ରକଟି ଓଲଟି ଯାଇଥିଲା।ଘାଟିରେ ଜି.ଉଦୟଗିରି ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଏହି ଦୁର୍ଘଟଣା ଦେଖି ଉଭୟ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ପୋଲିସ ଜିପରେ ଆଣି ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।କିନ୍ତୁ ଡ୍ରାଇଭର ଗୁରୁତର ଥିବା ଯୋଗୁଁ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଥିବା ସହ କେଶ ରେଜିଷ୍ଟ୍ରି ହୋଇଥିବା ନେଇ ଥାନା ଅଧିକାରୀ ନରେଶ କୁମାର ସାହୁ ସୂଚନା ଦେଇଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: