ସାଧାରଣ ଜନତାଙ୍କ ସ୍ୱର

କଳାହାଣ୍ଡି ଜିଲ୍ଲା ଓ ଦୌରାଜଜଙ୍କ ନୂତନ କୋର୍ଟ ବିଲଡିଂ ଉଦଘାଟିତ

ରିପୋର୍ଟ: ଦେବଦତ୍ତ ପଣ୍ଡା //
କଳାହାଣ୍ଡି ତା.୦୬.୦୩.୨୦୨୧): କଳାହାଣ୍ଡି ଜିଲ୍ଲାର ବହୁ ପ୍ରତୀକ୍ଷିତ ଜିଲ୍ଲା ଜଜ ତଥା ତାଙ୍କ ଅଧିନସ୍ଥ କୋର୍ଟ ସମୁହ, ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଡ଼ଃ ଏସ ମୁରଲୀଧରନଙ୍କ କରକମଳ ରେ ଭବାନୀପାଟଣାରେ ଉଦ୍ଘାଟିତ ହେଇଯାଇଛି | ଅଦାଲତ ସାଧାରଣ ଜନତାଙ୍କ ପାଇଁ ଉଦିଷ୍ଟ ତଥା ନ୍ୟାୟପାଇଁ ଆସୁଥିବା ଲୋକଙ୍କୁ ଅଦାଲତଠାରୁ ନିର୍ଧାରିତ ସମୟରେ ନ୍ୟାୟ ମିଳିବା ଉଚିତ ବୋଲି ମାନ୍ୟବର ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲୀଧର କହିଥିଲେ |

ଏହି କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଶ୍ରୀ ସଂଜୀବ ପାଣିଗ୍ରାହୀ ତଥା ଜିଲ୍ଲା ଓ ଦୌରା ଜଜ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ | ଏହି କାର୍ୟ୍ୟକ୍ରମରେ ପ୍ରାରମ୍ଭରେ କଳାହାଣ୍ଡି ଲେଖକ କଳା ପରିଷଦ ସଂଗୀତ ମହାବିଦ୍ୟାଳୟର ଛାତ୍ରୀ ମାନେ ବନ୍ଦେ ଉତ୍କଳ ଜନନୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ | ଜିଲ୍ଲା ଓକିଲ ସଙ୍ଘର ସଭାପତି ଶ୍ରୀ ନାରାୟଣ ପଟନାୟକ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସମ୍ପାଦକ ବଟକୃଷ୍ଣ ଆଚାର୍ୟ୍ୟ ଧନ୍ୟବାଦ ଅର୍ପଣ କରିଥିଲେ | ମାନ୍ୟବର ମୁଖ୍ୟ ବିଚାରପତିଙ୍କଦ୍ୱରା ଜିଲ୍ଲା ଓକିଲ ସଙ୍ଘର କୋଠାର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ । ଏହି ଅବସରରେ ଜିଲ୍ଲାର ବରିଷ୍ଟ ଆଇନଜୀବୀ ଶ୍ରୀ ମାୟାଧର ମୁଣ୍ଡ, ସତ୍ୟ ନାରାୟଣ ସେଠ, ଜଗନ୍ନାଥ ମୁଣ୍ଡ ଏବଂ ନାରାୟଣ ପଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | କାର୍ୟ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିଲେ କଳାହାଣ୍ଡି ଜିଲ୍ଲପାଳ ଡ଼ଃ ଗାଭଲି ପରାଗ ହର୍ଷଦ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ, ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବିଚାର ବିଭାଗୀୟ ଅଧିକାରୀ, ଜିଲ୍ଲା ର ସମସ୍ତ ଆଇନଜୀବୀ ତଥା ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

Welcome to Odisha News24

%d bloggers like this: