କଲ୍ୟାଣ ସିଂହପୁର ରେ କଲ୍ୟାଣ ମଣ୍ଡପ ଉଦଘାଟନ କଲେ ମନ୍ତ୍ରୀ

ରିପୋର୍ଟ: ଅକ୍ଷୟ ପୀଡ଼ିସିକା //
କଲ୍ୟାଣ ସିଂହପୁର( ତା- ୮-୨-୨୧): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଗ୍ରାମଦେବୀ ମନ୍ଦିର ନିକଟରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟା ଲଘୁ। ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କ କର କାମଳ ରେ କଲ୍ୟାଣ ମଣ୍ଡପ ଉଦଘାଟନ କରାଯାଇଛି ।

ଏହି କଲ୍ୟାଣୀ ମଣ୍ଡପ ଟି ୪୫ଲକ୍ଷ୍ୟ ଟଙ୍କା ନିର୍ମାଣ କରାଯାଇଛି। ଉକ୍ତ ମଣ୍ଡପ ରେ ବିବାହ, ବ୍ରତ ଓ ଅନ୍ୟାନ୍ୟ କାଯ୍ୟକ୍ରମ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଉକ୍ତ ମଣ୍ଡପରେ ଯେଉଁ ଲୋକମାନେ କାଯ୍ୟ କରିବେ ସେମାନେ କମିଟି କୁ ଭଡ଼ା ଆକାରରେ କିଛି ଅର୍ଥ ଦେବେ । ଏହି ଅର୍ଥ ରେ କଲ୍ୟାଣୀ ମଣ୍ଡପର ରକ୍ଷଣା ବେକ୍ଷଣ କରାଯିବ ବୋଲି ଜଣାପଡିଛି । ଏହି ଉଦଘାଟନୀ ଉତ୍ସବରେ ରାଜ୍ୟ ବିଜୁ ସ୍ବାସ୍ଥ୍ୟ ଯୋଜନା ବୋଡ଼ର ଉପଦେଷ୍ଟା ସୁଧୀର କୁମାର ଦାସ, ବ୍ଲକ ଅଧ୍ୟକ୍ଷ ଯୋଗେନ୍ଦ୍ର ୱାଡକା, ଉପାଧ୍ୟକ୍ଷା ସୁମିତ୍ରା ପ୍ରେପକା, (କ) ଜୋନ ର ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା କାଡ୍ରାକା, ଗୋଷ୍ଟି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରା, ସ୍ଥାନୀୟ ସରପଞ୍ଚ ସୁମିତ୍ରା ୱାଡ଼କା, ସମିତି ସଭ୍ୟା ସତ୍ୟବତୀ କୌସଲ୍ୟା ଅତିଥି ଭାବରେ ଯୋଗଦେଇ ଥିବା ବେଳେ ଗ୍ରାମର ସର୍ବ ଦଳୀୟ କର୍ମୀ ଓ ଗ୍ରାମ ବସୀ ବହୁ ସଂଖ୍ୟା ରେ ଉପସ୍ଥିତ ରହି ଥିଲେ । ମନ୍ତ୍ରୀ କଲ୍ୟାଣ ସିଂହପୁର ଗସ୍ତ ସମୟରେ ପଟବନ୍ଧ ଗାଁ ରେ ଭୋଲି ବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: