କଲ୍ୟାଣ ସିଂହପୁର ବ୍ଳକରେ ସମିତି ବୈଠକ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର ତା ୬-୧): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ସଦର ମହକୁମା ସଭାଗୃହରେ ଆଜି ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା |

ଏହି ସମିତି ବୈଠକରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ୱାଡାକା ଉପସ୍ଥିତ ରହି ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ କାର୍ଯ୍ୟକ୍ରମ ଉପରେ ପଚରାଉଚରା କରିଥିଲେ। ଉକ୍ତ ପଞ୍ଚାୟତ ସମିତି ସଭାରେ ଅତିରିକ୍ତ ଅତିଥି ରୂପେ ସ୍ଥାନୀୟ ତହସିଲଦାର ଦେବାଶିଷ କର ,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଅନୁବ ଅଭିଷେକ ବେହେରା, ସାଂସଦ ପ୍ରତିନିଧି, ଗୁଡ଼ଲା ପ୍ରସାଦ ରାଓ,ବିଧାୟକ ପ୍ରତିନିଧି ବୃନ୍ଦାବନ ପାଢ଼ୀ, ରାଜ୍ୟ ସଭା ପ୍ରହରୀ ଗେଦେଲା ଶ୍ରୀନିବାସ ରାଓ,ପଞ୍ଚାୟତ ସମିତି ଉପା ଅଧ୍ୟାକ୍ଷା ସୁନିତା ପ୍ରେପାକା ଓ ଜିଲ୍ଲା ପରିଷଦ ସଭ୍ୟ ବଳରାମ ନାଚିକା ଉପସ୍ଥିତ ଥିବା ବେଳେ ବିଭିନ୍ନ ବିଭାଗର କର୍ମଚାରୀ ଉପସ୍ଥିତ ଥିବା ବେଳେ ମାତ୍ର ବିଦ୍ୟୁତ ବିଭାଗ ଏବଂ ସିଭିଲ ସପ୍ଲାଇ ବିଭାଗ ଉପସ୍ଥିତ ନଥିବା ଜଣାପଡିଛି। ଏହି ସଭାରେ ବ୍ଳକ ର ୧୪ ଗୋଟି ପଞ୍ଚାୟତ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ରହି ଚାଷୀ ମାନଙ୍କ ସମସ୍ୟା,କୃଷି ଦ୍ରବ୍ୟ ସମସ୍ୟା, ପିଇବା ପାଣି ର ସମସ୍ୟା, ବୃକ୍ଷ ରୋପଣ ସମସ୍ୟା,ମାନେରେଗା କାର୍ଯ୍ୟ ର ସମସ୍ୟା, ପିଜୁ ପକ୍କାଘର ମିଥ୍ୟା ସମସ୍ୟା, ଇନ୍ଦିରା ଆବାସ ଯୋଜନାର ମିଥ୍ୟା ଫଳକ ଲଗାଇଥିବା ଉପରେ ଆଲୋଚନା କରିଥିଲେ।ଏବଂ ଇନ୍ଦିରା ଆବାସ ଯୋଜନାରେ ନିହାତି ଗରୀବ ଲୋକ ନ ପାଇ ପୂର୍ବରୁ ପାଇ ଥିବା ହିତାଧିକାରୀଙ୍କୁ ଚୟନ କରାଯାଇଛି ବର୍ତ୍ତମାନ ନୁଆଁ ତାଲିକା ରେ ବୋଲି ସରପଞ୍ଚ ମାନଙ୍କ ମହଲରେ ଆଲୋଚନା କରୁଥିବା ଜଣାପଡିଛି।

Welcome to Odisha News24

error: Content is protected !!
%d bloggers like this: