କଲ୍ୟାଣ ସିଂହପୁର ପୁଲିସ ଦ୍ୱାରା ହେଲମେଟ ତଦାରଖ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର (ତା.୧୧/୧): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ବସ ଷ୍ଟାଣ୍ଡ ଛକ ଠାରେ ଆଜି କଲ୍ୟାଣ ସିଂହପୁର ପୁଲିସ ଦ୍ବାରା ହେଲିମେଟ ତଦାରଖ କରାଯାଇଛି।

ଏଜି ହେଲିମେଟ ତଦରଖ ସମୟରେ ସେରିଗୁମା ,ଶିକରପାଇ ଓ କଲ୍ୟାଣ ସିଂହପୁର ବଜାରକୁ କୁ ଯିବା ଆସିବା କରୁଥିବା ବେଳେ ବିଭିନ୍ନ ଅଞ୍ଚଳରୁ ବାଇକ ଚାଳକ ମାନେ ସରକାରଙ୍କ ହେଲମେଟ ତଦାରଖ ନିୟମ କୁ ଉଳଙ୍ଗନ କରୁଥିବା ବାଇକ ଚାଳକ ମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉଥିବା ଜଣାପଡ଼ିଛି।କୋଭିଡ କଟକଣା କୁ ଦୃଷ୍ଟି ରେ ରଖି ସରକାର ଙ୍କ ନୂତନ ନିୟମ କୁ ପାଳିବା ପାଇଁ ପ୍ରତ୍ୟେକ ଥାନା ଅଧିକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କଲ୍ୟାଣ ସିଂହପୁର ଥାନା ପକ୍ଷରୁ ଆଜି ଶିକରପାଇ ଠାରେ ଏସ ଆଇ ହରିବନ୍ଧୁ ବେହେରା ଓ କନେଷ୍ଟବଳ ଅନୀଲ କୁମାର ସତପତି ୮ ଜଣଙ୍କ ଠାରୁ ୫୦୦ ଟଙ୍କା ଲେଖାଏଁ ୪୦୦୦ ଟଙ୍କା ଜରିମାନ ଆଦୟ କରିଥିବା ଏସ ଆଇ ବେହେରା ସୂଚନା ଦେଇଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: