କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର ତା-୫-୬-୨୧): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଈ ପଞ୍ଚାୟତ ଅଧିନସ୍ତ ଲକ୍ଷ୍ମୀ ନଗର ଗ୍ରାମ ନିକଟରେ ନୂତନ କଲ୍ୟାଣ ମଣ୍ଡପର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ତଥା ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରାକା।

ଅନେକ ଦିନରୁ ଏହି ଅଞ୍ଚଳରେ କଲ୍ୟାଣମଣ୍ଡପର ଆବଶ୍ୟକତା ରହିଥିଲା ସେପଟେ ୨୦୧୮ ମସିହାରୁ ଏଥି ପାଇଁ ସରକାରୀ ଅନୁଦାନ ମଧ୍ୟ ଆସିଥିଲା କିନ୍ତୁ ଜାଗା ଅଭାବ ହେତୁ ଏହା ହୋଇ ପାରି ନ ଥିଲା। ସେଥି ପାଇଁ ସର୍ବ ସମ୍ମତି କ୍ରମେ ଏକ ବୈଠକ କରି ସିକରପାଇ ପଞ୍ଚାୟତ ର ଲକ୍ଷ୍ମୀନଗର ଗ୍ରାମ ନିକଟରେ ଏକ ଜାଗା ସ୍ଥିର ହୋଇ ପାରିଲା ଏବଂ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ ମାନ୍ୟବର ମନ୍ତ୍ରୀ ଙ୍କ କରକମଳରେ ଶୁଭ ଆରମ୍ଭ ହେଲା। ଏହି କଲ୍ୟାଣମଣ୍ଡପ ହେବା ଦ୍ବାରା ଏଠାରେ ବିବାହ ବ୍ରତ ସରକାରୀ ବେସରକାରୀ କାର୍ଯ୍ୟକ୍ରମ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ପାରିବ। ପଞ୍ଚାୟତ ଅଧିନରେ ରହି ଏହାର ରକ୍ଷଣାବେକ୍ଷଣ ହେବା ସହ ନୂତନ କର୍ମ ନିଯୁକ୍ତି ହୋଇ ପାରିବ ବୋଲି ମାନ୍ୟବର ମନ୍ତ୍ରୀ ଜଣେଇଛନ୍ତି। ଏଇ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଙ୍କ ସହ ସ୍ଥାନୀୟ ସରପଞ୍ଚ ଅମ୍ବିକା ସାରାକା ପୂର୍ବତନ ସରପଞ୍ଚ ସାରାବୁ ସାରାକା , ଶିକରପାଇ ଗ୍ରାମ ର ବରିଷ୍ଟ ନେତା ଦୁଃଖୁ ଗୌଡ଼ , ୱାର୍ଡ ମେମ୍ବର ନୃସିଂହ ସ୍ୱାଇଁ, ଯୁବ ବ୍ଲକ ଛାତ୍ର ସଭାପତି ରାଜୀବ ନାୟକ, ରାଜ୍ୟସଭା ସାଂସଦ ଙ୍କ ବ୍ଲକ ପ୍ରତିନିଧି ଜି ଶ୍ରୀନୁ, ଅନ୍ୟାନ୍ୟ ବିଜେଡ଼ି କର୍ମୀ ଙ୍କ ସହ ଚେଲାପତି, ପ୍ରଭାକର, ଗୋପାଳ ଓ କଲ୍ୟାଣସିଂହପୁର ଗୋଷ୍ଟି ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ ଉପସ୍ଥିତ ରହିଥିଲେ । ଏହି କଲ୍ୟାଣ ମଣ୍ଡପ ପାଇଁ ୨୦ ଲକ୍ଷ ଟଙ୍କା ରଖା ଯାଇଥିବା ବେଳେ ତାହା ୫୦ ଲକ୍ଷ ଟଙ୍କା କୁ ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ସାରକା କହିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: