କଲ୍ୟାଣସିଂହପୁର ବ୍ଲକ ରେ ରାଜସ୍ବ ରଥର ଶୁଭାରମ୍ଭ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର-ତା୨୧-୫-୨୧): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ତହସିଲ କାର୍ଯ୍ୟାଳୟଠାରେ ଆଜି ରାଜସ୍ବ ରଥ ଶୁଭାରମ୍ଭ ହୋଇଛି ।

ଏହି ରଥଟି ଉକ୍ତ ବ୍ଲକର ପ୍ରତ୍ୟେକ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରିବା ସହିତ ରାଜସ୍ବ ତରଫରୁ ଲୋକଙ୍କ ପାଇଁ ଯେଉଁ ସୁବିଧା ରହିଛି ସେଗୁଡିକ ଲୋକଙ୍କ ପାଖରେ ପହଞ୍ଚାଇବେ ବୋଲି କହିଛନ୍ତି ।ଏଥିରେ ଦାଖଲ ଖାରଜ ପଟା, ନକଲ ପଟା, ଆୟ ପ୍ରମାଣ ପତ୍ର,ସ୍ଥାୟୀପ୍ରମାଣ ପତ୍ର, ଜାତି ଗତ ପ୍ରମାଣ ପତ୍ର ପ୍ରଦାନ କରାଯିବ ।କୋଭିଡ଼ ମହାମାରୀ ସମୟରେ ଜନସାଧାରଣ ଙ୍କ ହାତ ପାହାନ୍ତା ରେ ରାଜସ୍ବ ସେବା ଯୋଗାଇ ଦିଆଯିବ ଵୋଲି ତହସିଲଦାର ଦେବାଶିଷ କର କହିଛନ୍ତି ।ସୁପରଭାଇଜର ନିରଞ୍ଜନ ମହାଙ୍କୁଡା, ରାଜସ୍ବ ଅଧିକାରୀ ସତ୍ୟଜିତ ଦାସ,ଅମିନ ଅଗ୍ନିବୀର ସାମଲ, ଏସ ରାଜୁ, ନୟନ କିଶୋର ଗୌଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ ।

Welcome to Odisha News24

error: Content is protected !!
%d bloggers like this: