କର୍କଟ ରୋଗୀଙ୍କୁ ଚିକିତ୍ସା ସହାୟତା ଦେଲା ଲୋଇସିଂହା ମାହେଶ୍ବରୀ ସଂଗଠନ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା (୦୯/୦୪): ଲୋଇସିଂହା ଥାନା ଆଗଲପୁର ବ୍ଳକ ବୁରୋଭାଡି ଗାଁର ଶୁକୃ ପ୍ରଧାନ(୪୫) ଦୁରାରୋଗ୍ୟ କର୍କଟ ବ୍ୟାଧିରେ ପୀଡିତ ଥିଲେ । ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା କରି ନ ପାରି ଘରେ ପଡି ରହିଥିଲେ ।

ଶୁକ୍ରୁ ଙ୍କ ବିଷୟରେ ଖବର ପାଇ ଲୋଇସିଂହା ମାହେଶ୍ବରୀ ସଂଗଠନ ତାଙ୍କ ଚିକିତ୍ସା ପାଇଁ ଆଗଭର ହୋଇଛି । ସଂଗଠନର ଦେବାଶିଷ ବିଶୋଇଙ୍କ ନେତୃତ୍ୱରେ କିଛି ସଦସ୍ୟ ଶୁକ୍ରୁଙ୍କ ଘରକୁ ଯାଇ ତାଙ୍କ ସଙ୍ଗେ ଭେଟ ହୋଇ ତାଙ୍କ ରୋଗ ବାବଦରେ ପଚାରି ବୁଝିଥିଲେ । ତାଙ୍କର ଅଧିକ ଚିକିତ୍ସାର ଆବଶ୍ୟକତା ଥିବା ଉପଲବ୍ଧି କରି ମାହେଶ୍ୱରୀ ସଂଗଠନ ଗତ ମଙ୍ଗଳବାର ଶୁକ୍ରୁଙ୍କୁ ପ୍ରଥମେ ବଲାଙ୍ଗୀର ଭୀମଭୋଇ ମେଡିକାଲ ରେ ଭର୍ତି କରିଥଲା । ପରେ ତାଙ୍କର ଅଧିକ ଉନ୍ନତ ଚିକିତ୍ସା ପାଇଁ ସଂଗଠନର ଉଦ୍ୟମ କ୍ରମେ ଶୁକ୍ରୁଙ୍କୁ ରାୟପୁରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ସେଠାରେ ଶୁକ୍ରୁଙ୍କ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଥିବା ନେଇ ସଂଗଠନର ଦେବାଶିଷ ବିଶୋଇ ସୂଚନା ଦେଇଛନ୍ତି ।

Welcome to Odisha News24

error: Content is protected !!
%d bloggers like this: