କରୋନା ଆକ୍ରାନ୍ତ ମୃତ ରୋଗୀର ପରିବାର ବର୍ଗଙ୍କୁ ମିଳୁନି ପ୍ରମାଣ ପତ୍ର, ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ

ବଲାଙ୍ଗୀର, ତା(୧୧-୦୬): କୋଭିଡ-୧୯ ନିୟମ ଅନୁଯାୟୀ ସରକାରୀ ଭାବେ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରିବା ସହ ଉକ୍ତ କରୋନା ଜନିତ ମୃତ୍ୟୁ ପରେ ଉକ୍ତ ମୃତ ବ୍ୟକ୍ତିଙ୍କ ପରିବାରକୁ ବିଭିନ୍ନ ଯୋଜନା ରେ ସାମିଲ କରାଯିବ ବୋଲି ଘୋଷଣା କରାଯାଇଛି ।

ହେଲେ ପରିତାପର ବିଷୟ ଏହା ଯେ,ଉକ୍ତ କରୋନା ଯୋଗୁଁ ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ମୃତ୍ୟୁ ପ୍ରମାଣ ପତ୍ର ନିମନ୍ତେ ଆବେଦନ କଲେ ଓ ଉକ୍ତ ବିଭାଗୀୟ ଅଧିକାରୀ ଙ୍କ ନିକଟରେ କେଉଁ କାରଣରୁ ମୃତ୍ୟୁ ହୋଇଛି ସେ ନେଇ ସମ୍ପୁର୍ଣ୍ଣ ତଥ୍ୟ ଥାଇ ସୁଦ୍ଧା ମୃତ୍ୟୁ ପ୍ରମାଣପତ୍ର ରେ ଉଲ୍ଲେଖ କରାଯାଉ ନାହିଁ । ଯଦ୍ୱାରା ବିଭିନ୍ନ ପ୍ରକାର ସହାୟତା ପାଇବା ନେଇ ପରିବାର ବର୍ଗ ଅକଥନୀୟ ଦୁର୍ଦ୍ଦଶା ର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି । ଏ ନେଇ ଅନଲାଇନ ସହ ନିଜେ ଆବେଦନ କରି ସୁଦ୍ଧା ନିରାଶ ହେବା ସହ ଖର୍ଚ୍ଚ।ନ୍ତ ର ଶିକାର ହେଉଥିବା ଅଭିଯୋଗ ହୋଇ ଆସୁଛି । ଏ ନେଇ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସାଧାରଣ ଅର୍ଥ ଖର୍ଚ୍ଚ କରି ନିଜେ ବଲାଙ୍ଗୀର ମୁଖ୍ୟ କାର୍ଯ୍ୟାଳୟ ଯାଇ ଆବେଦନ, ନିବେଦନ କରି ସୁଦ୍ଧା କିଛି ସୁଫଳ ନ ପାଇବା ଦେଖାଯାଉଛି । ସରକାରୀ ଭାବେ ବିଭିନ୍ନ ବ୍ୟବସ୍ଥା କରାଯାଇଛି ସିନା ଏହି କରୋନା ଜନିତ ମୃତ୍ୟୁ ନେଇ କିଏ କେମିତି ଭାବେ ପ୍ରମାଣପତ୍ର ପାଇ ପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ଅଧିକାରୀ ସ୍ପଷ୍ଟ କରିପାରୁ ନ ଥିବା ବେଳେ ସାଧାରଣ କରିବେ କଣ ? ଏ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ସେହିପରି ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଥାନା ଅନ୍ତର୍ଗତ ପେନରିପାଏନ ଗ୍ରାମ ର ଗୁଆଲୁ ନାଗ ନାମକ ଜଣେ ବ୍ୟକ୍ତି ଙ୍କ କରୋନା ଜନିତ ମୃତ୍ୟୁ ବଲାଙ୍ଗୀର କୋଭିଡ କେନ୍ଦ୍ର ରେ ଘଟିଥିବା ବେଳେ ତାଙ୍କ ସ୍ତ୍ରୀ ଓ ପୁଅ ଙ୍କ ଆବେଦନ କ୍ରମେ କେବଳ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଏ ନେଇ ବିଭାଗୀୟ ଅଧିକାରୀ ଙ୍କୁ ଯୋଗାଯୋଗ କରିବା ରୁ ତାହା ଡ଼ାକ୍ତର ଦେବେ କିମ୍ବା ଜିଲ୍ଲାପାଳ ଅବା ଜଣେ ମାଜିଷ୍ଟ୍ରେଟ ଶ୍ରେଣୀର ଅଧିକାରୀ ଦେବେ ସେ ନେଇ କିଛି ସ୍ପଷ୍ଟ ସୂଚନା ଦେଇ ପାରି ନାହାନ୍ତି । ଏ ନେଇ ଜିଲ୍ଲା ର ଅକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗ ଙ୍କୁ କିପରି ଉକ୍ତ ପ୍ରମାଣପତ୍ର ପ୍ରଦାନ କରାଯିବ ସେ ନେଇ ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଜିଲ୍ଲା ଜନସେବା ସଙ୍ଘ ଦାବୀ କରିଛି ।

Welcome to Odisha News24

error: Content is protected !!
%d bloggers like this: