ସାଧାରଣ ଜନତାଙ୍କ ସ୍ୱର

କରୋନା ଯୋଦ୍ଧାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡ଼ ତା.୨୬/୧୨): ରାୟଗଡ଼ ଜିଲ୍ଲାରେ କରୋନାକୁ ହରାଇବା ନିମନ୍ତେ ସରକାରୀ କର୍ମଚାରୀ, ସାମ୍ବାଦିକ ଓ ସମାଜସେବୀ ମାନେ ନିୟୋଜିତ ରହି ଦୃଢତାର ସହିତ ମୁକାବିଲ୍ଲା କରୁଛନ୍ତି l ଜିଲ୍ଲାରେ ଯେପରି ମହାମାରୀରୁ ଜନଜୀବନ ବିଶେଷ କ୍ଷତି ନ ହୁଅନ୍ତି, ସେଥିପାଇଁ ଗ୍ରାମାଞ୍ଚଳରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ମୁକାବିଲ୍ଲା ନିମନ୍ତେ ପ୍ରସ୍ତୁତି ରହିଥିଲେ l ଏହି ସଙ୍ଗ୍ରାମରେ କେତେଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ କେତେଜଣ ମୃତ୍ୟୁବରଣ ମଧ୍ୟ୍ କରିଛନ୍ତି l958213c9 4498 4e78 810e 4053f0b4afb1

ମୃତ୍ୟୁବରଣ କରିଥବା ଏହି କରୋନା ଯୋଦ୍ଧାଙ୍କ ପରିବାରକୁ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହlୟତା ଦିଆଯାଉଛି l ରାୟଗଡ ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଆଜି ପଦ୍ମପୁର ବ୍ଲକର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ଦିବଂଗତ କରୋନା ଯୋଦ୍ଧା ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ସ୍ତ୍ରୀ ଶ୍ରୀମତୀ ରଶ୍ମିତା ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 50(ପଚାଶ )ଲକ୍ଷ ଟଙ୍କlର ଆର୍ଥିକ ସହାୟତା ପ୍ରଦାନ କରିଥିଲେ l ଏହି ଅବସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅମ୍ରିତ ରୂତୁରାଜ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପଦ୍ମପୁର ବିଡ଼ିଓ ଶ୍ରୀ ଦୟାମୟ ପାଢ଼ୀ ଓ ଅନ୍ୟlନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ଚେକ ଆକାରରେ 50ଲକ୍ଷ ଟଙ୍କlର ଆର୍ଥିକ ସହାୟତା ରାଶୀ ପ୍ରଦାନ କରିଥିଲେ l ସ୍ଵର୍ଗତ ସାହୁଙ୍କ ସ୍ତ୍ରୀ ସହିତ ତାଙ୍କର ଦୁଇ ଝିଅ ଗାୟତ୍ରୀ ସାହୁ ଓ ସ୍ନେହଶ୍ରୀ ସାହୁ ଓ ପୁଅ ଦୀନେଶ ସାହୁ ଉପସ୍ଥିତ ଥିଲେ ଏହି ସହାୟତା ରାଶୀ ଶ୍ରୀମତି ରଶ୍ମି ସାହୁଙ୍କ ଷ୍ଟେଟବ୍ୟାଙ୍କ ଜମା ଖାତାରେ ସିଧାସଳଖ ଜିଲ୍ଲପାଳଙ୍କ ଜମାଖାତାରୁ ଚେକ ମାଧ୍ୟମରେ ଈ ଟ୍ରାନ୍ସଫର ମାଧ୍ୟମରେ ଜମା କରାଯାଇଛି l ସ୍ଵର୍ଗତ ସାହୁ ପଦ୍ମପୁର ବ୍ଲକରେ କୋଭିଡ କାର୍ଯ୍ୟରେ ନିୟୋଜିତ ହୋଇଥିଲେ l ଜିଲ୍ଲପାଳଙ୍କ ନିର୍ଦ୍ଧେଶରେ ସ୍ଵର୍ଗତ ସାହୁ ଗତ୍ 1.5.20ରିଖ ଠାରୁ 19.8.20ରିଖ ପର୍ୟ୍ଯନ୍ତ ଅସ୍ଥାୟୀ ସ୍ବା୍ସ୍ଥ୍ୟକେନ୍ଦ୍ରରେ ନୋଡାଲ ଅଧିକାରୀ ଭାବରେ ସୂଚାରୁରୂପେ ଦାୟୀତ୍ବ ତୁଳାଉଥିଲେ ଏବଂ କରୋନାରେ ଆକ୍ରାନ୍ତ ହୋଇ ଗତ ଅଗଷ୍ଟ ମାସ 19ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ଟ୍ୟାଗ କରିଥିଲେ l ସ୍ଵର୍ଗତ ସାହୁଙ୍କ ଦୁଇ ଝିଅ ଓ ଗୋଟିଏ ପୁଅ ଅଛନ୍ତି l

Welcome to Odisha News24

%d bloggers like this: