କରୋନା ଯୋଗୁଁ ପ୍ରଭାବିତ ହେଉଛନ୍ତି ଦୁଗ୍ଧଚାଷୀ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ୨୭/୫): ବୌଦ୍ଧ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି।କରୋନା ସଂକ୍ରମଣ କୁ ରୋକିବା ପାଇଁ ଜିଲ୍ଲାରେ ଜାରି ରହିଛି ଲକଡାଉନ,ସପ୍ତାହନ୍ତ ସଟଡାଉନ।ଏଥିଯୋଗୁଁ ବିଭିନ୍ନ ବର୍ଗର ଲୋକ ପ୍ରଭାବିତ ହେଉଛନ୍ତି।ବିଶେଷ କରି ଗ୍ରାମାଞ୍ଚଜର ଦୁଗ୍ଧ ଚାଷୀ କରୋନା କଟକଣା ଯୋଗୁଁ ଅନେକ କ୍ଷତି ସହୁଛନ୍ତି।ଦୋକାନ ବଜାର ବନ୍ଦ ଯୋଗୁଁ ଚାଷୀ କେଉଁଠି କ୍ଷୀର ବିକିବେ ସେହି ଚିନ୍ତା ଘାରୁଛି।

ଏଭଳି ପରିସ୍ଥିତିରେ କେତେ ଦୁଗ୍ଧ ଚାଷୀ ପନିର ତିଆରି କରୁଛନ୍ତି ତ କିଏ ଦହିବିକ୍ରି କରି ଗୁଜୁରାଣ ମେଣ୍ଟାଉଛନ୍ତି।ଏବେ ପୁଣି ଖରାଦିନ ହୋଇଥିବାରୁ କ୍ଷୀର ବେଶୀ ସମୟ ରହୁନାହିଁ।ଅସମର୍ଥୀତ ସୂତ୍ରରୁ ପ୍ରକାଶ ଯେ, ଜିଲ୍ଲାର ୩୦ ରୁ ୩୫ ପ୍ରତିଶତ ଉତ୍ପାଦିତ ଦୁଗ୍ଧ ଲକଡାଉନ ଯୋଗୁଁ ବିକ୍ରି ହୋଇପାରୁନାହିଁ।ପୂର୍ବରୁ ଦୁଗ୍ଧ ଚାଷୀମାନେ ବିଭିନ୍ନ ଦୋକାନରେ କ୍ଷୀର, ପନିର,ଦହି ଆଦି ବିକ୍ରୀ କରୁଥିଲେ।ଏବେ ଏସବୁ ବିକ୍ରୀବଟା ବନ୍ଦ ଯୋଗୁଁ ପ୍ରତ୍ୟେକ ଦିନ ଜିଲ୍ଲାର ୩୦ ପ୍ରତିଶତ କ୍ଷୀର ନଷ୍ଟ ହେଉଥିବା ନେଇ ସୂଚନା ମିଳିଛି।ଜିଲ୍ଲାରେ  ଦୈନିକ ଉତ୍ପାଦିତ କ୍ଷୀରର ୭୦ ପ୍ରତିଶତ ଓମ୍ଫେଡ଼ ବିଭିନ୍ନ କ୍ଷୀର ଷୋସାଇଟି ଦ୍ୱାରା କିଣୁଥିବା ବେଳେ ବାକି ୩୦ ପ୍ରତିଶତ ଲକଡାଉନ ଯୋଗୁଁ ବିକ୍ରୀ ହୋଇ ପାରୁନାହିଁ।ଏନେଇ ବୋୖଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ଜହ୍ନାପଙ୍କର ଚାରିଶମ୍ଭୁ ଦୁଗ୍ଧ ଉତ୍ପାଦକ ସମିତି କ୍ଷୀର ବିକ୍ରୀ ନହେବାରୁ ଗତ ୯ ତାରିଖରେ ଜାତୀୟ ରାଜପଥ ୫୭ ର ଜହ୍ନାପଙ୍କ ଛକ ଉପରେ ପ୍ରାୟ ୪୦ ଜଣ ଚାଷୀଙ୍କ ୧୨୦ ଲିଟର କ୍ଷୀର ଢାଳିଦେଇଥିଲେ।ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ତରଫରୁ ଚାଷୀଙ୍କ କ୍ଷୀର କିଣିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ।ଫଳରେ ବହୁ ଦୁଗ୍ଧଚାଷୀ ବିଶେଷ କ୍ଷତି ହେଉଛନ୍ତି।ଏଦିଗରେ ସରକାର ପଦକ୍ଷେପ ନେବାକୁ ଦାବି ହେଉଛି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: