କରୋନା ଭାଇରସ: ୨୭ ଦିନରେ ଜେଲରୁ ଜାମିନରେ ଗଲେଣି ୧୫୭୦ କଏଦୀ : ୬୫୮ ଅନ୍ତେବାସୀଙ୍କୁ ସ୍ଥାନାନ୍ତର

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୨୮/୦୫) : କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇଛି ଜେଲ ବିଭାଗ । ଏବେ ରାଜ୍ୟରେ ଥିବା ଜେଲ ଗୁଡିକରେ ସଂକ୍ରମଣ ହ୍ରାସ ପାଇଛି । ମେ ମାସରେ ମୋଟରେ ୮୧୬ ଜଣ ସଂକ୍ରମିତ ଓଡ଼ିଶାର ବିଭିନ୍ନ ଜେଲରୁ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୨୦ ଜଣ ସୁସ୍ଥ ହୋଇଯାଇଥିବା ନେଇ ଜେଲ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ବର୍ଷ ରାଜ୍ୟର ମୋଟ ୮୭ ଜେଲ ମଧ୍ୟରୁ ୫୪ ଜେଲରେ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇ ନ ଥିବା ବେଳେ ଏବେ ରାଜ୍ୟରେ ବାକି ୩୩ ଜେଲରେ ମୋଟ ୩୯୬ ଜଣ ସକ୍ରିୟ ସକ୍ରମିତ ଅଛନ୍ତି ।

ଜେଲ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଜେଲରେ ସଂକ୍ରମଣ ରୋକିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଜେଲରୁ ଅନ୍ତେବାସୀଙ୍କ ସଂଖ୍ୟା କମାଇବାକୁ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ନିଦେ୍ର୍ଧଶ କ୍ରମେ ମେ ମାସରେ ମୋଟ ୧୫୭୦ ଅନ୍ତେବାସୀଙ୍କୁ ଛଡାଯାଇଛି । ସେମାନଙ୍କ ମଧ୍ୟରୁ ପାରୋଲରେ କିଛି କଏଦୀଙ୍କୁ ଛଡା ଯାଇଥିବା ବେଳେ କମ ଅପରାଧିକ ଦଣ୍ଡ ଥିବା ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି । ସୂଚନା ମୁତାବକ ମେ ମାସରେ ରାଜ୍ୟରେ ମୋଟ ୨୦୧୫୦ ଜଣ ଅନ୍ତେବାସୀ ରହୁଥିଲେ । ସଂକ୍ରମଣକୁ ଦୃଷ୍ଟି ରଖି ସଂଖ୍ୟା କମାଇବା ପ୍ରକ୍ରିୟା ଜାରି ରହିଥିବା ବେଳେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୮୫୮୦ ଅଛି । ତେବେ ସଂକ୍ରମଣ ରୋକିବାକୁ ଜେଲରେ ନିୟମିତ ବ୍ୟବଧାନରେ ସାନିଟାଇଜେସନ କରିବା ସହ କୋଭିଡ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅଧିକ କଏଦୀ ରହୁଥିବା ଜେଲରୁ କମ୍ କଏଦୀ ରହୁଥିବା ଜେଲକୁ ମୋଟ ୬୫୮ ଜଣ କଏଦୀଙ୍କୁ ସ୍ଥାନାନ୍ତର କରାଯାଇଛି ।

ଜେଲରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜେଲ ବିଭାଗ ପକ୍ଷରୁ ଆର୍ଥିକ ସାହାଯ୍ୟ ପ୍ରଦାନ କରାଯାଇଛି । ରାଜ୍ୟରେ ଥିବା ସବ୍ ଜେଲ ଗୁଡିକୁ ୧୫ ହଜାର ଲେଖାଏଁ ସହାୟତା ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲା ମୁଖ୍ୟ ଜେଲ ଅବା ସ୍ୱତନ୍ତ୍ର ଜେଲ ଗୁଡିକୁ ୨୫ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରାଯାଇଛି । ଏହି ଟଙ୍କାରେ ଔଷଧ ଏବଂ ଅନ୍ୟାନ୍ୟ କିଟ୍ କିଣିବା ପାଇଁ କୁହାଯାଇଛି । ଜେଲରେ ସଫା ସୁରତା ରଖିବା ସହ ୱାର୍ଡରେ ସାନିଟାଇଜେନସ୍ କରିବାକୁ କୁହାଯାଇଛି । ତେବେ ଚିକିସôିତ ହେଉଥିବା କେରାନା ସଂକ୍ରମିତଙ୍କ ମଧ୍ୟରୁୁ ଗୁରୁତର ରୋଗୀଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ଜେଲ ଡିଜି ସମସ୍ତ ସୁପରିଟେଣ୍ଡେଣ୍ଟମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତିି । ଜେଲକୁ ବିଶୋଦ୍ଧନ କରିବା ପାଇଁ ସୋଡିୟମ ହାଇପୋକ୍ଲୋରାଇଡ ଯୋଗାଣ ପାଇଁ ଅଗ୍ନିମଶ ବିଭାଗ ସହାୟତା କରୁଥିବା ସୂଚନା ମିଳିଛି । ସ୍ଥ୍ାନୀୟ ସିଡିଏମ୍ଓ, ଉପ ଜିଲ୍ଲାପାଳମାନଙ୍କୁ ଜେଲର କରୋନା ସ୍ଥିତି ଉପରେ ନଜର ରଖିôବାକୁ କୁହାଯାଇଛି । ନୋଡାଲ ଅଫିସରଙ୍କ ସହାୟତାରେ ଜେଲରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ସବୁ ସୁପରିଟେଣ୍ଡେଣ୍ଟମାନଙ୍କୁ କୁହାଯାଇଛି । ଅଧିକ ପ୍ରଭାବିତ ଜେଲ ଗୁଡିକରେ କରୋନା ସ୍ଥତି ସମ୍ପର୍କରେ ନିଜେ ଜେଲ ଡିଜିି ଭିଡିଓ କନଫେରେନ୍ସିଂ ଯୋଗେ ଆଲୋଚନା କରୁଛନ୍ତିି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: