କରୋନା ପ୍ରତିହତ ପାଇଁ ସ୍ବେଚ୍ଛାସେବୀଙ୍କ ନିଆରା ଢଙ୍ଗରେ ସଚେତନତା ସୃଷ୍ଟି

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋ //
ସୁବର୍ଣ୍ଣପୁର (୨୮/୦୫): ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହି ମହାମାରୀକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ଚାଲିଛି।ଏବେ ଜିଲ୍ଲାରେ ଲକଡାଉନ ,ସଟଡାଉନ ଓ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିଛି।

ଏହି ବେଳାରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆଶା କର୍ମୀ ,ଅଙ୍ଗନବାଡ଼ି କର୍ମୀ ଓ ସ୍ବେଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତା ମାନେ ମହମାରୀକୁ ନେଇ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରୁଛନ୍ତି।ତେବେ ଜିଲ୍ଲାର ସିନ୍ଦୁରପୁର ଗାଁରେ ସ୍ବେଛାସେବୀ ଦେବଦତ୍ତ ପଣ୍ଡା ଏକ ନିଆରା ଢଙ୍ଗରେ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରୁଛନ୍ତି।ମାସ୍କ ବ୍ୟବହାର କରିବା ,ହାତ ଧୋଇବା ,ସାମାଜିକ ଦୂରତ୍ୱ ରକ୍ଷା କରିବା , ଜରୁରୀ କାର୍ଯ୍ୟ ନ ଥିଲେ ଘରେ ରହିବା ତଥା ଟୀକା ନେବା ଆଦି ବିଷୟ ଉପରେ ଏକ ଗୀତ ଲେଖି ନିଜେ ଗୀତ ଗାଇ ସଚେତନତା ସୃଷ୍ଟି କରୁଛନ୍ତି।ଏପରିକି ଏହି କାର୍ଯ୍ୟକ୍ରମ ଭିତରେ ଲୋକଙ୍କୁ ମାସ୍କ ବଣ୍ଟନ କରୁଛନ୍ତି।ତାଙ୍କ ଏହି ସଚେତନଧର୍ମୀ ଗୀତଟି ବେଶ ଶ୍ରୁତି ମଧୂର ହୋଇଛି।ଏହି କାର୍ଯ୍ୟକ୍ରମରେ ତାଙ୍କୁ ସ୍ଥାନୀୟ କିଛି ସ୍ବେଛାସେବୀ , ଆଶା କର୍ମୀ ,ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସହଯୋଗ କରୁଛନ୍ତି।ଦେବଦତ୍ତଙ୍କ ଏହି ପ୍ରୟାସକୁ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସମେତ ସ୍ଥାନୀୟ ଲୋକେ ବେଶ ପ୍ରଶଂସା କରିଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: