କରୋନା ନେଇଗଲା ଅଧ୍ୟାପକଙ୍କ ଜୀବନ

ରିପୋର୍ଟ: ଦେବଦତ୍ତ ରଥ //
ଭୁବନେଶ୍ୱର (୨୯/୦୫): ସୁନ୍ଦରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟରତ ରସାୟନ ବିଭାଗର ଅଧ୍ୟାପକ ଡଃ: ଶୈଳେନ୍ଦ୍ର ନାରାୟଣ ସ୍ୱାଇଁ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବାର ଜଣାପଡ଼ିଛି। ସୁନ୍ଦରଗଡ଼ ଓ ଆଖପାଖ ଅଞ୍ଚଳରେ କରୋନା ପ୍ରତ୍ୟକ ଦିନ ମୂଲ୍ୟବାନ ଜୀବନ ନେଉଥିବାରୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଆତଙ୍କର ବାତାବରଣ ସୃଷ୍ଟି କରିଛି।

ଡଃ: ସ୍ୱାଇଁ ୧୬ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ସୁନ୍ଦରଗଡ଼ ଏନଟିପିସି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ସେଠାରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇ ଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଡଃ: ସ୍ୱାଇଁଙ୍କ ମୃତ୍ୟୁ ଖବର ଶୁଣିବା ପରେ ସୁନ୍ଦରଗଡ଼ ସରକାରୀ ମହିଳା ମହାବିଦ୍ୟାଳୟର ଅଧାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରୀଛାତ୍ରୀ ମହଲରେ ଶୋକର ଛାୟା ଖେଳାଇ ଦେଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀନିବାଶ ବରିହା, ପୂର୍ବତନ ଅଧ୍ୟକ୍ଷା ଡଃ ଇନ୍ଦିରା ନାଏକ, ପୂର୍ବତନ ଅଧ୍ୟକ୍ଷ ଡଃ ଗୌରିଶଙ୍କର ପଟେଲ ସମେତ ସମସ୍ତ ଅଧାପକ, ଅଧ୍ୟାପିକା ଗଭୀର ଶୋକ ପ୍ରକାର କରି ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଡଃ ସ୍ବାଇଁଙ୍କ ବିୟୋଗ ଉଚ୍ଚ ଶିକ୍ଷା ବିଭାଗ ତଥା ସୁନ୍ଦରଗଡ଼ ସହରର ଶିକ୍ଷା ଦିଗରେ ଏକ ଅପୂରଣୀୟ କ୍ଷତି ହେଲା ବୋଲି ମତ ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ କରୋନା ସଂକ୍ରମଣ ଦ୍ଵିତୀୟ ଲହର ଆରମ୍ଭ ହେବା ପରେ ଡଃ ସ୍ବାଇଁ ବିଭିନ୍ନ ପତ୍ରପତ୍ରିକାରେ କରୋନା ସଂପର୍କରେ ବିଶ୍ଲେଷଣାତ୍ମକ ଆଲେଖ୍ୟ ଲେଖିଥିଲେ।

Welcome to Odisha News24

error: Content is protected !!
%d bloggers like this: