କରୋନା ନିୟମ ଉଲଙ୍ଘନ; ରାଜ୍ୟରୁ ୯ କୋଟିରୁ ଅଧିକ ଟଙ୍କାର ଜୋରିମାନା ଆଦାୟ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର (୨୨/୦୫): କରୋନା କଟକଣାକୁ ରାଜ୍ୟ ପୁଲିସ ପକ୍ଷରୁ କଡ଼ାକଡ଼ି କରାଯାଇଛି । ସାମାଜିକ ଦୂରତ୍ୱ, ମାସ୍କ ଓ ଗହଳି ଭଳି କୋଭିଡ୍ ଗାଇଡ୍ଲାଇନ ଉଲ୍ଲଙ୍ଘନ ବିରୋଧରେ ଅମାନିଆଙ୍କ ପ୍ରତି ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯାଉଛି ।

ଗତ ଅପ୍ରେଲ ୧ତାରିଖରୁ ମଇ ୧୯ତାରିଖ ପର୍ଯ୍ୟନ୍ତ ୩ଲକ୍ଷ ୧୬ହଜାର ୬୮୨ଜଣ ନିୟମ ଉଲ୍ଲଙ୍ଘନ କରିଛନ୍ତି । ଏମାନଙ୍କ ଠାରୁ ୯କୋଟି ୮୪ଲକ୍ଷ ୩୫ହଜାର ୮୨୩ଟଙ୍କା ଜୋରିମାନା ଆଦାୟ ହୋଇଛି । ସେହିପରି ସମଗ୍ର ରାଜ୍ୟରେ ୨୧୮୦ଟି ଦୋକାନ ସିଲ୍ କରାଯାଇଥିବାବେଳେ ୨୬ହଜାର ୧୪୬ଟି ଗାଡ଼ି ଜବତ କରାଯାଇଛି । ଏଥିସହିତ ୮୩୧ଜଣଙ୍କୁ ପୁଲିସ ଗିରଫ କରିଛି । ସେହିପରି ୨୫୦୩ଟି ଅବକାରୀ ମାମଲା ରୁଜୁ ହୋଇଥିବା ନେଇ ପୁଲିସ ଡିଜି ସୂଚନା ଦେଇଛନ୍ତି । ଏଥିସହିତ କରୋନା ସମୟରେ ପୁଲିସର ଅଧିକାରୀ ଓ କର୍ମଚାରୀଙ୍କ ପ୍ରଂଶସା କରିଛନ୍ତି । ଏହାସହ କୋଭିଡ୍ ନିୟମ ମାନିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Welcome to Odisha News24

error: Content is protected !!
%d bloggers like this: