କରୋନା ଟୀକା ନେଲେ ୮ଜଣ ଡଙ୍ଗରିଆ କନ୍ଧ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର-ତା-୨୫-୫-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ବୁଡୁଣି ଗାଁରେ ୮ଜଣ ଡଙ୍ଗରିଆ ମହିଳା ଓ ପୁରୁଷ କରୋନା ଟୀକା ନେଇଥିବା ସୂଚନା ମିଳିଛି ।

ଜିଲା ଓ ବ୍ଲକ ପ୍ରଶାସନ ବହୁ ଚେଷ୍ଟା ଫଳରେ ଆଜି ବୁଡୁଣି ଗାଁରେ ଟୀକା କାର୍ଯ୍ୟକ୍ରମ କରା ଯାଇଛି। ସେଥିରେ ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଟୀକା ଦିଆ ଯାଇଛି । ସେଥିପାଇଁ ବୁଡୁଣି ଗାଁରୁ ୪ ଜଣ ଓ ଟାଡ଼ମୁହିଁ ଗାଁର ୪ ଜଣ ମୋଟ ୮ ଜଣଙ୍କୁ ଟୀକା ଦିଆଯାଇଛି । ଟୀକା ଦେବାବେଳେ ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସ୍ୱାମସୁନ୍ଦର ମାଝୀ, ମହିଳା ସ୍ବାସ୍ଥ୍ୟ ଅଧିକାରୀ ଭି ପ୍ରେମଲତା ପାଣିଗ୍ରାହୀ,ସୁପରଭାଇଜର କୌଳାସ କୁମାର ବିଡିକା, ମହିଳା ସ୍ବାସ୍ଥ୍ୟକର୍ମୀ ରଶ୍ମିତା ମାଝୀ, ଆଶା କୁନ୍ତଳା ଭତ୍ରା, ଅଙ୍ଗନବାଡି କେ ତ୍ରିବେଣୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Welcome to Odisha News24

error: Content is protected !!
%d bloggers like this: