କରୋନା ଟିକା ନେବେ ଆମେରିକାର ପ୍ରଥମ ମହିଳା

ରିପୋର୍ଟ: ସନ୍ତୋଷ ନାୟକ //
ୱାଶିଂଟନ,ତା୨୦୧/୧୨): ଆମେରିକାର ପ୍ରଥମ ମହିଳା ତଥା ଜୋ ବିଡେନଙ୍କ ପତ୍ନୀ ଜିଲ ବିଡେନ ନେବେ କରୋନା ଟିକା । ସୋମବାର ଦିନ ଜିଲଙ୍କୁ ଟିକା ପ୍ରଦାନ କରାଯିବ । ଡେଲୱେୟାରରେ ଫାଇଜର ଟିକା ନେବେ ଜିଲ ବିଡେନ । ଏ ନେଇ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ଟ୍ରାଞ୍ଜିସନ ଟିମ ପକ୍ଷରୁ ସୂଚନା ମିଳିଛି ।

ଟିକାକରଣର ସ୍ଥାନ ଏବଂ ସମୟ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ସୋମବାର ଜିଲ ଟିକା ନେବା ଆପାତତଃ ସ୍ପଷ୍ଟ ହୋଇଯାଇଛି । ଜିଲଙ୍କ ବ୍ୟତିତ ରାଷ୍ଟ୍ରପତି ଜୋ ବିଡେନ ମଧ୍ୟ ଟିକା ନେଇପାରନ୍ତି । ଏହା ସହିତ ସିଏନଏନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଭାରତୀୟ ବଂଶୋଦ୍ଭବ ଉପରାଷ୍ଟ୍ରପତି କମଲା ହ୍ୟାରିସ ଏବଂ ତାଙ୍କ ପତି ଡଗ ଏମହଫ୍ ଆସନ୍ତା ସପ୍ତାହରେ ଏହି ଟିକାକରଣରେ ସାମିଲ ହୋଇପାରନ୍ତି । ଜନତାଙ୍କ ମନରେ ଟିକା ପ୍ରତି ବିଶ୍ୱାସ ଜନ୍ମେଇବା ନିମନ୍ତେ ଉଭୟ ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତି ଟିକାକରଣ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ଖବର ପ୍ରକାଶ ପାଇଛି । ଉଲ୍ଲେଖଯୋଗ୍ୟ ଯେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଯାଏଁ କରୋନା ଟିକା ନେଇ ନାହାନ୍ତି । ଏଯାଏଁ ରାଷ୍ଟ୍ରପତି ସୁବିଧା ସୁଯୋଗର ଲାଭ ଉଠାଉଥିବା ଟ୍ରମ୍ପଙ୍କୁ ଟିକା ପ୍ରଦାନ କରାଯିବ କି ନାହିଁ ତାହା ହ୍ୱାଇଟ ହାଉସର ଡାକ୍ତରୀ ଟିମ ସ୍ଥିର କରିବ।

Welcome to Odisha News24

error: Content is protected !!
%d bloggers like this: