କରୋନା ଟିକା ନେବାକୁ ରାଜି ହେଲେନି ଡଙ୍ଗରିଆ ମାନେ “ପୁଣି ପ୍ରଶାସନ ବିଫଳ”

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର ତା-୨୪/୫/୨୧): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରିରେ ସ୍ବାବ ଟେଷ୍ଟ ପରେ ୫୩ ଜଣ ଡଙ୍ଗରିଆ ମହିଳା ପୁରୁଷକୁ କରୋନା ସଂକ୍ରମଣ ପଜିଟିଭ ଚିହ୍ନଟ ହେବାପରେ ପ୍ରଶାସନ ପକ୍ଷରୁ ପାର୍ସାଲି ପଞ୍ଚାୟତରେ କରୋନା ଭେକେସନ ଦେବାକୁ ପ୍ରସ୍ଥୁତ ହେବାବେଳେ ଏବେ କରୋନା ଟିକା ନେବାକୁ ମଧ୍ଯ ହୋଇ ମନାକଲେ ନିୟମଗିରି ପାର୍ସାଲି ପଞ୍ଚାୟତର ଡଙ୍ଗରିଆ ମହିଳା ପୁରୁଷ ମାନେ । ପ୍ରଶାସନ,ସ୍ବାସ୍ଥ୍ଯ ବିଭାଗ ଓ ଆଶା,ଅଙ୍ଗନଓ୍ବାଡି କର୍ମୀ ମାନେ ଘରଘର ବୁଲି ବାରମ୍ବାର ବୁଝାଇବା ପରେ ମଧ୍ଯ ଟିକା ନେବାକୁ ରାଜି ହେଲେନି ଡଙ୍ଗରିଆ କନ୍ଧ ମାନେ ।

ଆଜି ସମବାର ହୋଇଥିବାରୁ ନିୟମଗିରି ଅଞ୍ଚଳର ସମସ୍ତ ଡଙ୍ଗରିଆ କନ୍ଧ ମାନେ କଲ୍ୟାଣସିଂହପୁର ବଜାରକୁ ଆସିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ରାୟଗଡା ପିଏ ଆଇଟିଡିଏ ଟୁକୁ ବାରିକ,ସ୍ଥାନୀୟ ବିଡିଓ କାଳୁଚରଣ ନାୟକ,ସ୍ବାସ୍ଥ୍ଯ ବିଭାଗ ଡାକ୍ତର ଚିହ୍ନମୟୀ ଲିମା ସହ ସ୍ବାସ୍ଥ୍ଯ ବିଭାଗ ଟିମ ଓ ଆଶା,ଅଙ୍ଗନଓ୍ବାଡି କର୍ମୀ ଓ ଓପିଲିପିର କର୍ମୀମାନେ ପାର୍ସାଲି ପଞ୍ଚାୟତରେ ପହଁଞ୍ଚି ୪୫ ବର୍ଷ ହୋଇଥିବା ଡଙ୍ଗରିଆ କନ୍ଧ ମହିଳା ପୁରୁଷ ମାନଙ୍କୁ କରୋନା ଟିକା ଦବାପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ ମଧ୍ଯ ଜଣେବି ଡଙ୍ଗରିଆ କନ୍ଧ ମହିଳା ପୁରୁଷ ଟିକା ନେବାକୁ ଆସିଲେ ନାହିଁ । କେହି ଜଣେ ହେଲେ ଟିକା ନେବାକୁ ନ ଆସିବାରୁ ବାଧ୍ଯ ହୋଇ ପୁଣି ଘରଘର ବୁଲି ସମସ୍ତ ଡଙ୍ଗରିଆ ମହିଳା ପୁରୁଷ ମାନଙ୍କୁ ବୁଝାସୁଝା କରିଥିଲେ । ପ୍ରଶାସନ ଅଧିକାରି ଙ୍କୁ ସିଧାସିଧା ମନା କରିଦେଲେ ଆଦିମ ଜନଜାତୀ ଡଙ୍ଗରିଆ କନ୍ଧ ଆମେ ଟିକା ନେବାକୁ ଜିବୁନାହିଁ ବଲି କହିଲେ ହୁଇକା ପାଲୁ ,ପାଇକ ସିକକା ଓ ପାର୍ସାଲି ଗ୍ରାମବାସୀ । ନିୟମଗିରି ପାର୍ସାଲି ଓ ସୁନାଖଣ୍ଡି ପଞ୍ଚାୟତରେ ବର୍ତ୍ତମାନ ସୁଧା ମୋଟ ୫୩ ଜଣ ଡଙ୍ଗରିଆ ମହିଳା ପୁରୁଷ କରୋନା ସଂକ୍ରମଣ ପଜିଟିବ ଚିହ୍ନଟ ହେବାପରେ ନିୟମଗିରି ଅଞ୍ଚଳରେ ଜିଲା ପ୍ରଶାସର ନିର୍ଦ୍ଦଶ ପରେ ପ୍ରତ୍ୟକ ଗାଁକୁ ଗାଁ ଆଶା ଓ ଅଙ୍ଗନଓ୍ବାଡି କର୍ମୀ ମାନେ ଘରଘର ବୁଲି ସମସ୍ତ ଡଙ୍ଗରିଆ କନ୍ଧ ମାନଙ୍କୁ ସଚେତନ କରିବା ସହ ସ୍ବାବଟେଷ୍ଟ କରିବା ସହ କରୋନା ଟିକା ନେବା ପାଇଁ ବୁଝାଇଥିଲେ । କିନ୍ତୁ ଆଜି ପର୍ସାଲି ପଞ୍ଚାୟତରେ କରାନା ଟିକା ନେବାପାଇଁ ଘରଘର ବୁଲି ଡଙ୍ଗରିଆ ମହିଳା ପୁରୁଷ ମାନଙ୍କୁ ଡାକିବାରୁ ଓଲଟା ଡଙ୍ଗରିଆ ମହିଳା ପୁରୁଷ ମାନେ ଗାଳିଗୁଲଜ କରିବା ସହ ଆମେ ଟିକା ନେବୁନି ଆମକୁ କରୋନା ହେବନି ବୋଲି କହିବା ସହ ଜଦି ଟିକା ନେଲେ କାହାର ମୃତ୍ୟୁ ହୁଏ କିଏ ଦାୟି ରହିବ ବୋଲି ଉପସ୍ଥିତ ଅଧିକାରି ମାନଙ୍କୁ ଓଲଟା ପ୍ରଶ୍ନ କରିଥିଲେ । ତମେ ମାନେ ଆମ ଅଞ୍ଚଳକୁ ବାରମ୍ଵାର ଆଶି ରୋଗ ପୁରାଉଛ ନହେଲେ ଆମ ନିୟମଗିରି ରେ କରୋନା ଆକ୍ରାନ୍ତ ହୋଇ ନଥାନ୍ତା ବୋଲି ବୁଝାଉଥିବା ଅଙ୍ଗନଓ୍ବାଡି, ଆଶା କର୍ମୀ ମାନଙ୍କୁ ଗାଳି ଗୁଲଜ କରୁଛନ୍ତି । ଆମେ ଡଙ୍ଗରରେ ରହିବା ଲୋକ ଆମେ ମାଣ୍ଡିଆ ଜାଉ,କୁଷଳା ଭାତ ଖାଇବା ଲୋକ ଆମକୁ କୌଣସି ରୋଗ ହେବନି ଆମେ ଏମିତି ରହିବୁ ଆମେ ଟିକା ନେବୁନି ଆମକୁ କିଛି ରୋଗ ନାହିଁ ବୋଲି ରକଠକ୍ କହିଥିଲେ । ଏମିତି ଜ୍ଜର ରୋଗ ହୋଇ ମଲେ ମରିବୁ ସିନା ଟିକା ନେବୁନୁ ବୋଲି କେହି ମଧ୍ଯ ଟିକା ନେବାକୁ ଆସିଲେ ନାହିଁ । ଜାହା ଫଳରେ ପ୍ରଶାସନ କୁ ପୁଣି ମୁଣ୍ତ ବଥାର କାରଣ ହୋଇଛି ।ଶେଷରେ ଅପରାହ୍ନ ସମୟରେ କାଣ୍ଡସୁରୁ ଓ ଭାଲେରି ଗାଁ ୫ ଜଣ ଟୀକା ନେଇ ଥିବା ସୂଚନା ମିଲିଛି । ଏନେଇ ଆମେ ଉପସ୍ଥିତ ଥିବା ପିଏ ଆଇଟିଡିଏ ଟୁକୁ ବାରିକ ଓ ବିଡିଓ କାଳୁଚରଣ ନାୟକକୁ ପଚାରିବାରୁ ସେ କହିଲେ ଆମେ ଜେତେ ବୁଝାଇଲେ ମଧ୍ଯ ସେମାେନ ବୁଝୁ ନାହାନ୍ତି । ଦୁଇ ଦିନ ଆଗରୁ ଟିକା ଦିଆଜିବ ବୋଲି କହି ଆସି ଥିଲୁ ମଧ୍ଯ ଆଜି ସେମାନେ ଆସିଲେନି କିନ୍ତୁ ସେମାନଙ୍କୁ ପୁଣି ବୁଝାସୁଜା କରିବୁ ବୁଝିବା ପରେ ଟିକା ଦେବାର ବ୍ୟବସ୍ଥା କରିବୁ ବଲି କହିଛନ୍ତି।

Welcome to Odisha News24

error: Content is protected !!
%d bloggers like this: