କରୋନା କାଳରେ ବଢ଼ିଛି ଟେକ୍ନୋନୋଲୋଜିର ବ୍ୟବହାର

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୨୬-୧୨: ଡିଜନୀ ଅନଲାଇନ ଭିଡିଓର ପେଡ୍ ସବସ୍କ୍ରାଇବର୍ ସଂଖ୍ୟା ପ୍ରାୟ ୧୨୧ ନିୟୁତ ଏବଂ ଅନଲାଇନ୍ ରେ ମିଟିଂ ସୁବିଧା ଯୋଗାଣ କରୁଥିବା ପ୍ଲାଟଫର୍ମ ମାଇକୋ୍ରସଫ୍ଟ ଟିମର ଦୈନିକ ହାରାହାରି ୟୁଜର ବର୍ଷ ୧୧୫ ନିୟୂତରେ ପହଞ୍ଚିଛି । କରୋନା ମହାମାରୀ ତାଣ୍ଡବ ଆରମ୍ଭ ହେବା ଦିନଠୁ ଲୋକେ ଯେପରି ଘରେ ବାନ୍ଧି ହୋଇଯାଇଛନ୍ତି । ତେବେ ଏହି ସମୟ ମଧ୍ୟରେ ବଢ଼ିଯାଇଛି ଟେକ୍ନୋନୋଲୋଜିର ବ୍ୟବହାର । ଯୁବପିଢ଼ିଠୁ ଆରମ୍ଭ କରି ଛୋଟ ଛୁଆ ମଧ୍ୟ ଏହି ସମୟ ମଧ୍ୟରେ ଟେକ୍ନୋନୋଲୋଜିର ବ୍ୟବହାର ସହିତ ଅଭ୍ୟସ୍ଥ ହୋଇଯାଇଛନ୍ତି ।

ଆହୁରି ମଧ୍ୟ ଗେମିଂ, ଆପ୍ସ୍, ସବୁ ଗୁଡିକର ବ୍ୟବହାର ଅତ୍ୟଧିକ ବଢ଼ିଯାଇଛି । ଏଥିସହିତ ଅନଲାଇନ୍ ସେବାର ବ୍ୟବହାର ବଢ଼ିଥିବାରୁ ଟେକ୍ନୋନୋଲୋଜି କମ୍ପାନୀ ଗୁଡିକର ଲାଭ ମଧ୍ୟ କାହିଁରେ କଣ ବଢ଼ିଛି । ଏହାକୁ ଆଧାର କରି କମ୍ପାନୀ ଗୁଡିକ ଗ୍ରାହକଙ୍କୁ ଆହୁରି ଉନ୍ନତ ଧରଣର ସେବା ଯୋଗାଣ କରିବାରେ ଆଗଭର ହେଉଛନ୍ତି । ଖାସ୍ କରି ଭିଡିଓ ଚାଟିଂ ଆପ୍ ର ବ୍ୟବହାର ଖୁବ୍ ବଢ଼ିଛି । ଅନଲାଇନ୍ ରେ ମିଟିଂ ସୁବିଧା ଯୋଗାଣ କରୁଥିବା ପ୍ଲାଟଫର୍ମ ମାଇକୋ୍ରସଫ୍ଟ ଟିମର ଦୈନିକ ହାରାହାରି ୟୁଜର ଚଳିତ ବର୍ଷ ୧୧୫ ନିୟୂତରେ ପହଞ୍ଚିଥିଲା । ଏହାପରେ ଏହି ପ୍ଲାଟଫର୍ମ ଜୁଲାଇ ପରେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଲା ।

ତେବେ ଲୋକେ ଘରେ ରହିବା ପରେ ହିଁ ଗେମିଂର ଚାହିଦା ବଢ଼ିଛି । ସେହିପରି କରୋନା ଲକଡାଉନ୍ ସମୟରେ ସମସ୍ତ ମୁଭି ହଳ୍ ବନ୍ଦ ଥିବାରୁ ଡିଜନୀ ଅନଲାଇନ ଭିଡିଓର ପେଡ୍ ସବସ୍କ୍ରାଇବର୍ ସଂଖ୍ୟା ପ୍ରାୟ ୧୨୧ ନିୟୁତ ବଢ଼ିଛି । ଏସପି ୫୦୦ରେ ଟେକ୍ନୋଲୋଜି ସୁଚକାଙ୍କ ଚଳିତ ମାସରେ ୩୯.୫% ବଢ଼ିଥିବା ବେଳେ ମୋଟାମୋଟି ଭାବରେ ଏହା ସୁଚକାଙ୍କ ୧୪.୫% ଉଦ୍ଧ୍ୱର୍ରେ ରହିଛି । ତେବେ ଏହି ସୁଚକାଙ୍କରେ ଶୀର୍ଷ ପରଫର୍ମ ଭାବେ ଏନଭିଡିଆ ୧୨୫% କାରବାର ଅଭିବୃଦ୍ଧି ହାସଲ କରିଛି ।
ସେପଟେ ପେପାଲ୍ ର କାରବାର ୧୧୬%, ଆଡଭାନ୍ସ ମାଇକ୍ରୋ ଡିଭାଇସେସ୍ ୧୦୮% ଏବଂ କ୍ୟାଡେନ୍ସ ଡିଜାଇନ୍ ସିଷ୍ଟମ୍ ୮୮% ଭଲ କାରବାର କରିଛି । ଏଥିସହିତ ଆମେରିକୀୟ ରିଟେଲ୍ କର୍ମସ ବିକ୍ରି ଡାଟାକୁ ଦେଖିଲେ, ୨୦୨୦ର ଦ୍ୱିତୀୟ ତ୍ର÷ମାସରେ ସର୍ବାଧିକ ୧୬.୧% ସ୍ତର ଛୁଇଁଥିଲା । ସେହିପରି ଗ୍ରୋସେରି ବିକି୍ର ୩୧୦%, ଡୋରଷ୍ଟେପ୍ ଅର୍ଡର ୨୩୭%, କ୍ରୋମବୁକ୍ ସିପମେଣ୍ଟ ୧୨୩%, ୟୁଏସ୍ ୱାଲ ମାର୍ଟ ବିକ୍୍ରି ୭୯%, ନେଟ୍ ଫ୍ଲି୍ସ ମେମ୍ବରସିପ୍ ୨୩% ଏବଂ ଫେସବୁକ୍ ଆଦି ଆପ୍ ୟୁଜରର୍ସ ସଂଖ୍ୟା ୧୫% ପ୍ରତିଶତ ବୃଦ୍ଧି ପାଇଛି ।

Welcome to Odisha News24

error: Content is protected !!
%d bloggers like this: