କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୦୭/୦୬) : କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।

ଏବେ ସେ ସୁସ୍ଥ ଥିବା ବେଳେ ତାଙ୍କର ଚିକିତ୍ସା ଚାଲିଥିବା ସୂଚନା ମିଳିଛି । ଗତକାଲି ଶ୍ରୀ ବାହିନୀପତି କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ରିପୋର୍ଟ ପିଜିଟିଭ୍ ଆସିବା ପରେ ସେ କିଛି ଦିନ ବ୍ୟବଧାନରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ଅନୁରୋଧ କରିଥିଲେ । ତାରା ବାହନୀପତିଙ୍କୁ ସମେତ କଂଗ୍ରେସର ବହୁ ନେତା କରୋନା ପଜିଟିଜ ଚିହ୍ନଟ ହୋଇ ସୁସ୍ଥ ହୋଇ ସାରିଲେଣି ।

Welcome to Odisha News24

error: Content is protected !!
%d bloggers like this: