କରୋନା ଆକ୍ରାନ୍ତ ରୋଗୀ କୋଭିଡ ହସ୍ପିଟାଲରେ ହାତକାଟି ଆତ୍ମହତ୍ୟା

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର-ତା ୨୫-୫-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର କରଞ୍ଜ। ଗାଁର ଗିରିଧର କୁରୁଡ଼ିଆଙ୍କ ପୁଅ ଅଭିମନ୍ୟୁ କୁରୁଡ଼ିଆ(୩୦)ଙ୍କର କରୋନାରେ ଆକ୍ରାନ୍ତ ହୋଇ ହାତ କାଟି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଗତ ୧୭ ତାରିଖରେ କରଞ୍ଜ। ଗାଁରେ ସ୍ୱାବ ପରୀକ୍ଷା କରାଯାଇଥିଲା । ଏଥିରେ ମୋଟ ୮ଜଣଙ୍କର କରୋନା ପଜିଟିଭ ବାହାରିଥିଲା । ସମସ୍ତେ ଘରେ ରହି ଚିକିତ୍ସା ହେଉଥିଲେ ।

ଏହାର ୫ ଦିନ ବା ୨୧ ତାରିଖରେ ଶୁକ୍ରବାର ଦିନ ଅଭିମନ୍ୟୁ ଙ୍କ ଅବସ୍ଥା ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ଜେକେପୁର ରେଥିବା କୋବିଡ଼ ସେଣ୍ଟର କୁ ଆମ୍ବୁଲାନ୍ସ ଆଣି ନେଇଥିଲେ ।ସେଠାରେ ଚିକିତ୍ସା ଚାଲିଥିଲା । ଆଜି ତାର ସକାକୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ଖବର ପାଇ ମୃତ୍ୟୁ ବ୍ୟକ୍ତିଙ୍କ ପରିବାର ଜେକେପୁର କୋବିଡ଼ କେନ୍ଦ୍ରରେ ପହଞ୍ଚି ଥିଲେ । ଉକ୍ତ ଖବରପାଇ ଚାନ୍ଦିଲି ଥାନା ଅଧିକାରୀ ବିଜୟ ଲକ୍ଷ୍ମୀ ହିକକା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ଶବବ୍ୟବଛେଦ କରି ମୁନିସିପାଲଟି କୁ ହସ୍ତାନ୍ତର କରିଥିବା ଥାନାଧିକାରୀ ହିକକା ସୂଚନା ଦେଇଛନ୍ତି । ଖବର ନେବାରୁ ଜଣାପଡିଲା ଯେ ଗତରାତ୍ର ବିଳମ୍ବିତ ସମୟ ପର୍ଯ୍ୟନ୍ତ ପରିବାର ସହିତ କଥାବାର୍ତ୍ତା ହୋଇଥିଲା କିନ୍ତୁ ସକାଳୁ ଆତ୍ମହତ୍ୟା କରିଥିବା ଖବର ପରିବାର କୁ ମିଳିଥିଲା। ଏନେଇ ଚାନ୍ଦିଲି ଥାନା ଅଧିକାରୀ ହିକକାଙ୍କୁ ପଚାରିବାରୁ ସେକହିଲେ ମୃତ ଅଭିମନ୍ୟୁ କୋବିଡ଼ କେନ୍ଦ୍ର ରେ ଥିବାବେଳେ ନିଜ ପରିବାର କୁ ମତେ କରୋନା ହେଇଚି ମୁଁ ଆତ୍ମହତ୍ୟା କରିଦେବି ବୋଲି ବାରମ୍ବାର ଫୋନରେ କହିଥିବା କହିଛନ୍ତି। ମୃତ୍ୟୁ ବ୍ୟକ୍ତି ଙ୍କ ଗୋଟିଏ ପୁଅ, ଝିଅ ,ସ୍ତ୍ରୀ, ବାପା ମାଆ ମାନେ ରହିଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: