ସାଧାରଣ ଜନତାଙ୍କ ସ୍ୱର

କରୋନାର ଲାଲ ସଙ୍କେତ ରେ ବୁକୁରାମୁଣ୍ଡା ଗ୍ରାମ

ରିପୋର୍ଟ:-ନିରଞ୍ଜନ ତ୍ରିପାଠୀ //
ପଦ୍ମପୁର (୦୨/୦୫): କାହାକୁ ଛାଡୁନି, ସହରାଞ୍ଚଳ ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିସ୍ତାର ଭାବେ ମାଡ଼ି ଚାଲିଛି ମହାମାରୀ କରୋନା ଭାଇରସ | ଦ୍ୱିତିୟ ଲହର ରେ ଆଖି ମେଲାଇ ଦୈାଡି ଆସିଛି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ପାଇକମାଳ ବ୍ଳକ ଅଧିନସ୍ଥ ବୁକୁରାମୁଣ୍ଡା ଗ୍ରାମକୁ | ଲୋକେ ଭୟରେ ଥରହର | ପ୍ରଶାସନର ଦେଖାନାହିଁ ଏଇ ନିଘଞ୍ଚ ଜଙ୍ଗଲ ପାହାଡ ପର୍ବତ ଘେରା ଆଢ଼ୁଆଳରେ ଥିବା ଏଇ ଗ୍ରାମକୁ |

ଏଠାରେ ସରକାରଙ୍କ ତରଫରୁ ୧୯୬୬ମସିହାରେ ଲୋକଙ୍କ ସ୍ୱାସ୍ଥ୍ୟସେବା ନେଇ ଏକ ସରକାରୀ ଡାକ୍ତରଖାନା ପ୍ରତିଷ୍ଠା ହୋଇଥିଲା | ସବୁଦିନ ଏଠାକୁ କୋଭିଡ ଟେଷ୍ଟ କରିବାପାଇଁ ଲୋକେ ଆସିଥାନ୍ତି | କୋଭିଡ ଟେଷ୍ଟ ପାଇଁ କାର୍ଯ୍ୟରତ କର୍ମଚାରୀ ଫାର୍ମାସିଷ୍ଟ ଅଶୋକ ବନଛୋର ଏବଂ ସ୍ବାସ୍ଥ୍ୟକର୍ମୀ ସୁନିଲ ରଣା ପ୍ରତ୍ୟେକ ଦିନ ଠିକ ସମୟ ରେ ଉପସ୍ଥିତ ହୋଇ କୋଭିଡ ଟେଷ୍ଟ ପାଇଁ ଆସିଥିବା ବ୍ୟକ୍ତିଙ୍କ ସ୍ୱାବ ଟେଷ୍ଟ ମଧ୍ୟ ସୁରୁଖୁରୁରେ କରି ଚାଲିଛନ୍ତି | କିନ୍ତୁ ଦୁଃଖ ର ବିଷୟ ଏହି ଯେ, ପ୍ରତ୍ୟେହ ବୁକୁରାମୁଣ୍ଡା ଗ୍ରାମରେ କୋଭିଡ ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି | ଏପଟେ ଗ୍ରାମରେ ପ୍ରଶାସନ ତରଫରୁ ସେନିଟ୍ରାଇଜ ମଧ୍ୟ କରାଯାଇପାରିନାହିଁ |3bf05844 4453 4592 bf39 2f4552e7c498

ଇତିମଧ୍ୟରେ କୈାଣସି କାରଣରୁ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଝସକେତନ ସ୍ୱାଇଁଙ୍କୁ ପ୍ରବଳ ଜ୍ୱର ହେବାରୁ ପଦ୍ମପୁର ସରକାରୀ ଚିକିତ୍ସାଳୟକୁ କୋଭିଡ ଟେଷ୍ଟ ପାଇଁ ଯାଇଥିଲେ,ହେଲେ କୌଣସି କାରଣରୁ ତାଙ୍କ କୋଭିଡ ଟେଷ୍ଟ ନ ହେବାରୁ ଘରକୁ ପ୍ରତ୍ୟାବର୍ତ୍ତନ ପରେ ତା ଆରଦିନ ତା୨୮.୦୪.୨୦୨୧ ସକାଳୁ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା | ମୃତ୍ୟୁପରେ ଘରଲୋକ ଭୟଭୀତ ହୋଇ ପଦ୍ମପୁର ଯାଇ କୋଭିଡ ଟେଷ୍ଟ କରାଇଥିଲେ କିନ୍ତୁ କିଟ୍ ପର୍ଯ୍ୟାପ୍ତ ପରିମାଣରେ ନଥିବା କାରଣ ରୁ ଘର ର ଅଧିକାଂଶ ସଦସ୍ୟ ଙ୍କ ଟେଷ୍ଟ ହୋଇ ପାରିନଥିଲା | ଯେଉଁମାନଙ୍କ ପରୀକ୍ଷା କରାଯାଇଥିଲା ତାଙ୍କ ମଧ୍ୟରୁ ୩ ଜଣଙ୍କ କୋଭିଡ ପୋଜେଟିଭ ବାହାରିଥିଲା | ତା ପରଦିନ ବୁକୁରାମୁଣ୍ଡା ରେ ସେଇ ପରିବାର ର ଅନ୍ୟ ସଦସ୍ୟ ଙ୍କ କୋଭିଡ ଟେଷ୍ଟ କରିବାରୁ ପୁଣି ବାହାରିଲା ତିନିଜଣଙ୍କର | ଏଇଠି ସୁଚାଇଦେବାକୁ ଚାହୁଯେ,ଗତକାଲି ୧୪ ଜଣଙ୍କ ପୋଜେଟିଭ୍ ରିପୋର୍ଟ ମଧ୍ୟ ଆସିଛି lଏଭଳି ଅବସ୍ଥାରେ ତିବ୍ର ଗତିରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା | ଏହାକୁ ରୋକିବାକୁ ହେଲେ ଲୋକେ ନିଜେ ସ୍ୱତଃ ପ୍ରବୃତ ଭାବେ ସାମାଜିକ ଦୂରତା ପାଳନ କରିବା ସହିତ ମାକ୍ସ ପରିଧାନ ନିତାନ୍ତ ଜରୁରୀ ଅଟେ | ପାଇକମାଲ ବ୍ଳକ ପ୍ରଶାସନ ତଥା ପଦ୍ମପୁର ଉପଜିଲ୍ଲାପାଳ ଏ ଦିଗରେ ତୁରନ୍ତ ନଜରଦେଇ ଅତିଶିଘ୍ର ବୁକୁରାମୁଣ୍ଡା ଗାଁ କୁ ବିଶୋଧନ କରିବାପାଇଁ ପ୍ରୟାସ କରିବା ସହିତ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସହାୟକ ହୁଅନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହୁଏ |

Welcome to Odisha News24

%d bloggers like this: