କରୋନାର ତୃତୀୟ ଲହରକୁ ନେଇ ସୂଚନା ଦେଲେ ସିିବିକେ ମହାନ୍ତି; କହିଲେ ସରକାର ପ୍ରସ୍ତୁତ ଅଛନ୍ତି

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୦୪/୦୬): କରୋନାର ଦ୍ୱିତୀୟ ଲହର ଦେଶ ଉପରେ ଅଧିକ ପ୍ରଭାବ ପକାଇଥିବା ବେଳେ ତୃତୀୟ ଲହର ଆସିବ ବୋଲି କୁହାଯାଉଛି । ଯାହା ଦ୍ୱିତୀୟ ଲହର ଠାରୁ ଅଧିକ ସାଂଘାତିକ ହେବ ବୋଲି ଅନୁମାନ କରାଯାଉଛି । ତେବେ କରୋନାର ତୃତୀୟ ଲହର ପାଇଁ ରାଜ ସରକାର ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

କରୋନା ତୃତୀୟ ଲହରକୁ ନେଇ ସେ କହିଛନ୍ତି, ଏମିତି ବହୁତ ସଂକ୍ରମଣର ଅନେକ ଗୁଡିଏ ୱେଭ ଆସିବାର ନଜର ରହିଛି । ମାତ୍ର ତୃତୀୟ ୱେଭ କେବେ ଆସିବ ଓ ଏହାର ପ୍ରଭାବ କେମିତି ରହିବ ତାହା କହିବା ଅସମ୍ଭବ । ତଥାପି ରାଜ୍ୟ ସରକାର ତୃତୀୟ ୱେଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଭିତ୍ତିଭୂମି, ଅକ୍ସିଜେନ, ମେଡ଼ିସିନ, ସବୁ କିଛି ମହଜୁଦ ରହିଛି ବୋଲି ସେ ସୂଚନା ଦେଇଛନ୍ତିି । ସେ ଆହୁରୀ କହିଛନ୍ତି, ଅନ୍ୟ ରାଜ୍ୟ ପରି ଆମ ରାଜ୍ୟର କରୋନା ସଂକ୍ରମଣ କମିବାର ଧାରା ଆରମ୍ଭ ହୋଇଛି । ଆମେ ଆଶା କରିବା ଏହି ଧାରା ବଜାୟ ରହୁ । ବିଗତ ଦିନରେ ବଢିଥିବା ସଂକ୍ରମଣ ମାମଲା ଯୋଗୁ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ବଢୁଛି । ପୂର୍ବରୁ ମେଡ଼ିକାଲରେ ଆଡ଼ମିଟ ହୋଇଥିବା କିଛି କ୍ରିଟିକାଲ ରୋଗୀଙ୍କ ଜୀବନ ଯାଇଛି । ମାତ୍ର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାର ସ୍ଥିତି ଭଲ ରହିଛି ବୋଲି ସେ କହିଛନ୍ତି।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: