କରୋନାରେ ୫୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ

ରିପୋର୍ଟ-ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର-ତା- ୨୬-୫-୨୧): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁରବ୍ଲକ ମାଝୀଗୁଡା ପଞ୍ଚାୟତର ଜିଲୁଣ୍ଡା ଗାଁର ମହିଳା ମଞ୍ଜୁଳା ନନ୍ଦ(୫୫)ଙ୍କ କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଚଳିତ ମାସ୨୨ତାରିଖ ରେ କଲ୍ୟାଣସିଂହପୁର ଠାରେ ଆଣ୍ଟିଜେନ ସ୍ୱାବ ପରୀକ୍ଷା କରିଥିଲେ । ସଙ୍ଗେ ସଙ୍ଗେ ପଜିଟିଭ ବାହାରିଥିବା ଜାଣି ଜେକେପୁର ରେ ଥିବା କୋବିଡ଼ କେନ୍ଦ୍ରକୁ ନେଇଥିଲେ ।ସେଠାରେ ଚିକିତ୍ସାଚାଲିଥିଲା । ମଙ୍ଗଳବାର ଦିନ ରାତ୍ରରେ ମଞ୍ଜୁଳାଙ୍କ ମୃତ୍ୟୁ ହୋଇଥିଲା । ଉକ୍ତ ଖବର ପରିବାର ପାଇ ଗ୍ରାମବାସୀ ମିଳିତରେ କୋବିଡ଼ କେନ୍ଦ୍ରକୁ ଯାଇଥିଲେ । ସେଠାରେ କୋବିଡ଼ ମାର୍ଗ ଦର୍ଶିକା ଅନୁଯାୟୀ ସ୍ଥାନୀୟ ପୌରପାଳିକା ଦ୍ୱାରା ଶବ ସତ୍କାର କରଯାଇଛି । ଶବ ସତ୍କାର କରିବା ପୂର୍ବରୁ ମୃତ ମଞ୍ଜୁଳାଙ୍କ ସାନ ପୁଅ ସୋରାଜ ନନ୍ଦ ଦୂରରେ ରହି ମୁଖାଅଗ୍ନି ଦେଇଥିଲେ । ଏହାକୁ ନେଇ ଜିଲୁଣ୍ଡା ଗାଁରେ ଶୋକର ଛାୟା ଖେଳି ଯାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: