କରୋନାରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୦୫/୦୬): ହରଭଙ୍ଗା ବ୍ଲକ ଝାଡ଼ରାଜିଙ୍ଗ ସେବାଶ୍ରମ ସ୍କୁଲରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ନିହାରିକା ପ୍ରଧାନଙ୍କ ଗତକାଲି ମୃତ୍ୟୁ ଘଟିଥିବାର ଜଣାପଡିଛି | ସେବାଶ୍ରମ ପ୍ରଧାନ ଶିକ୍ଷୟିତ୍ରୀ ହରପ୍ରିୟା ତ୍ରିପାଠୀଙ୍କ ବୟlନନୁଯାଇ ଗତ ଦେଢ଼ ବର୍ଷ ହେବ ସୁନ୍ଦରଗଡ଼ ଜିଲ୍ଲା ହାତିବାରୀ ଅଞ୍ଚଳର ନିହାରିକା ପ୍ରଧାନ ଶିକ୍ଷା ସହାୟିକା ଭାବେ ସ୍କୁଲରେ କାର୍ଯ୍ୟରତ ଥିଲେ |

କରୋନା ସକାଶେ ସ୍କୁଲ ବନ୍ଦ ଥିବାରୁ ଲକ ଡାଉନ ପୂର୍ବରୁ ନିଜ ଘରକୁ ଫେରିଯାଇଥିଲେ | ୫ ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ | ଗତକାଲି ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି | ସୂଚନା ଥାଉକି ନିହାରିକା ବାପା ଓ ମା ଙ୍କ ଏକ ମାତ୍ର ଝିଅ ଥିଲେ | ତାଙ୍କର ଏଭଳି ଅକାଳ ବିୟୋଗ ରେ ବାପା ମା ସଂପୂର୍ଣ୍ଣ ଭାଙ୍ଗି ପଡିଛନ୍ତି | ସ୍କୁଲରେ ବିୟୋଗ କଥା ଜାଣିବାପରେ ପ୍ରଧାନ ଶିକ୍ଷୟିତ୍ରୀ, ସହକର୍ମୀ, ଛାତ୍ର ଛାତ୍ରୀଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି |

Welcome to Odisha News24

error: Content is protected !!
%d bloggers like this: