କରୋନାରେ ନବ ବିବାହିତଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା (୦୯/୦୫): ଲୋଇସିଂହା ବ୍ଲକ ଯୋଗୀସର୍ଡ। ଗ୍ରାମର ମହାଦେବ ପଧାନଙ୍କ ଏକମାତ୍ର ପୁଅ ରାଜୀବ(୩୦) ଙ୍କ କରୋନାରେ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ଗତ ମାସ ୨୯ ତାରିଖରେ ରାଜୀବ ଜ୍ବରରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ ।

ତାଙ୍କ ଅବସ୍ଥା କ୍ରମଶଃ ଗୁରୁତର ହେବାରୁ ତାଙ୍କୁ ଦୁଇଦିନ ତଳେ ବଲାଂଗୀର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ଖବର ମିଳିଛି । ସେ ଗତ ଫେବୃଆରୀ ୧୭ ରେ ବିବାହ କରିଥିବା ବେଳେ ବାପା ମାଙ୍କ ଏକମାତ୍ର ପୁତ୍ର ଥିଲେ । ସ୍ଥାନୀୟ ହାଇସ୍କୁଲ ସମ୍ମୁଖରେ ଏକ କମ୍ପୁଟର ଦୋକାନ ଦେଇ ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Welcome to Odisha News24

error: Content is protected !!
%d bloggers like this: