କରୋନାରେ ତାଲଷରଡା ସରପଞ୍ଚଙ୍କ ସ୍ୱାମୀ ତଥା ସମାଜ ସେବି କାର୍ତ୍ତିକ ମହାକୁଡ଼ (୪୬)ଙ୍କ ପରଲୋକ

ରିପୋର୍ଟ: ସୁଶାନ୍ତ ବେହେରା //
ବୌଦ୍ଧ (୦୫/୦୬): ବୋୖଦ୍ଧ ଜିଲ୍ଲାରେ ଦିନକୁ ଦିନ କୋରନା ମହାମାରୀର ଦ୍ୱିତୀୟ ଲୋହାରୀରେ ଏହି ମହାମାରୀ ରୋଗ କାହାକୁ ଛାଡିନଥିବା ଦେଖିବାକୁ ମିଳିଛି। ଏହି କୋରନା ମହାମାରୀ ଆଉ କେତେଜଣଙ୍କର ଜୀବନ ନେବାପରେ ଛାଡିବ ।

ଏହିଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧଜିଲ୍ଲା ତାଲଷରଡା ଗ୍ରାମପଞ୍ଚାୟତ ସରପଞ୍ଚ କାଞ୍ଚନ ମହାକୁଡ଼ଙ୍କ ସ୍ୱାମୀ ତଥା ସମାଜ ସେବି କାର୍ତ୍ତିକ ମହାକୁଡ଼ (୪୬) ଙ୍କ ଆଜି ପରଲୋକ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ କିଛିଦିନ ତଳେ କାର୍ତ୍ତିକ ମହାକୁଡ଼ଙ୍କ ଠାରେ କୋରନା ଲକ୍ଷଣ ଦେଖାଦେଇଥିଲା । ସେ ପରୀକ୍ଷା କରାଇବାପରେ କୋଭିଡ ପଜେଟିବ ଚିନ୍ହଟ ହୋଇଥିଲେ। ତାଙ୍କର ସ୍ବାଥ୍ୟ ଅବସ୍ଥା ଗୁରୁତର ହେବାରୁ ବୋୖଦ୍ଧ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗୋଟିଏଦିନ ପରେ ସମ୍ବଲପୁର ଅଶ୍ୱିନୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ମଧ୍ୟ ତାଙ୍କର କୌଣସି ସ୍ବାଥ୍ୟ ଅବସ୍ଥା ସୁଧାର ନ ଆସିବାରୁ ଆଜି ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତର ବେଳେ ଦିନ ୧୨ଘଣ୍ଟା ସମୟରେ ରେଢ଼ାଖୋଲ ନିକଟରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଶାୟା ଖେଳିଯାଇଛି ।

Welcome to Odisha News24

error: Content is protected !!
%d bloggers like this: