କରୋନାରେ ଆକ୍ରାନ୍ତ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ରିପୋର୍ଟ: ସୁଶାନ୍ତ ବେହେରା //
ବୋୖଦ୍ଧ/ହରଭଙ୍ଗା ୨୯/୫): ହରଭଙ୍ଗା ବ୍ଲକ୍ କରଞ୍ଜକଟା ଗ୍ରାମର ଜଣେ କରୋନା ଆକ୍ରାନ୍ତ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି |

ମିଳିଥିବା ସୂଚନା ଅନୁଯାୟୀ କରଞ୍ଜକଟା ଗ୍ରାମର ଭରତ ନାଏକଙ୍କ ପୁଅ ରଣଜିତ ନାଏକ (୩୦) ବୁଧବାର ଦିନ କରୋନା ପଜିଟିଭ ଚିନ୍ହଟ ହେବା ପରେ ବୌଦ୍ଧ କୋଭିଡ୍ ହସପିଟାଲରେ ଭର୍ତ୍ତି ହୋଇଥିଲେ | ଗତକାଲି ଅପରାନ୍ହରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି l ସେ ଗୋଟିଏ ବେସରକାରୀ ସଂସ୍ଥାର ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ | ସେ ଗତ ମାର୍ଚ୍ଚ ମାସରେ ବିବାହ କରିଥିଲେ | ତାଙ୍କର ମୃତ୍ୟୁରେ ପରିବାର ବର୍ଗଙ୍କ ସମେତ ବନ୍ଧୁ ପରିଜନ ଓ ସ୍ଥାନୀୟ ଅଂଚଳରେ ଗଭୀର ଶୋକର ଛାୟା ଖେଳି ଯାଇଛି |

Welcome to Odisha News24

error: Content is protected !!
%d bloggers like this: