କମୁନି ସଂକ୍ରମଣ: ରାଜ୍ୟରୁ ନୂଆ ୮୭୩୫ କରୋନା ପଜିଟିଭ୍ ଚିହ୍ନଟ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର(୦୧/୦୬): ରାଜ୍ୟରେ ସଂକମିତଙ୍କ ସଂଖ୍ୟା କମୁ ନ ଥିବା ବେଳେ ବତଗତ ୨୪ ଘଣ୍ଟାରେ ୮୭୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୮୯୨ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୩୮୪୩ଟି ହେଉଛି ଲୋକାଲ୍ କେସ୍ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧା ଜିର୍ଲ୍ଲାରୁ ସର୍ବାଧିକ ୧୨୨୨ ଜଣ ଥିବା ବେଳେ କଟକରୁ ୬୭୩, ବାଲେଶ୍ୱରରୁ ୫୬୬, ଯାଜପୁରରୁ ୫୦୭, ଢେଙ୍କାନାଳରୁ ୫୦୩, ପୁରୀରୁ ୪୬୭, ଅନୁଗୋଳ ଜିଲ୍ଲାରୁ ୪୫୬ ଜଣ, ବରଗଡ଼ରୁ ୧୯୩ ଜଣ, ଭଦ୍ରକରୁ ୧୪୭, ବଲାଙ୍ଗିରରୁ ୪୯, ବୌଦ୍ଧରୁ ୧୩୭, ଦେବଗଡ଼ରୁ ୬୩, ଗଜପତିରୁ ୮୦, ଗଞ୍ଜାମରୁ ୧୫୬, ଜଗତସିଂହପୁରରୁ ୩୮୨, ଝାରସୁଗୁଡ଼ାରୁ ୧୫୭, କଳାହାଣ୍ଡିରୁ ୧୭୭, କନ୍ଧମାଳରୁ ୬୫, କେନ୍ଦ୍ରାପଡ଼ାରୁ ୩୮୭, କେନ୍ଦୁଝରରୁ ୧୭୯, କୋରାପୁଟରୁ ୨୫୫, ମାଲକାନଗିରିରୁ ୯୬, ମୟୂରଭଞ୍ଜରୁ ୩୪୨, ନବରଙ୍ଗପୁରରୁ ୨୬୪, ନୟାଗଡ଼ରୁ ୨୮୫, ନୂଆପଡ଼ାରୁ ୪୦, ରାୟଗଡ଼ାରୁ ୯୦, ସମ୍ବଲପୁରରୁ ୧୭୭, ସୋନପୁରରୁ ୧୫୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୪୪ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ ପୁଲ୍ରୁ ୨୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୮୦ ହଜାର ୯୩୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୮୯ ହଜାର ୯୫୬ ଜଣ ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଆଉ ୩୭ ଜଣ ଆଖି ବୁଜିବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୯୧କୁ ବୃଦ୍ଧି ପାଇଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: