କମୁଛି ସଂକ୍ରମଣ; ରାଜ୍ୟରେ ୭ ହଜାର ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୦୭/୦୬): ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ବିଗତ କିଛି ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ୭ ହଜାର ଉପରେ ରହୁଥିବା ବେଳେ ଆଜି ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ୬ ରୁ ସାମା୍ୟ ଅଧିକ ରହିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୪୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୪୫୩ କ୍ୱାରେଣ୍ଟାଇନ୍ରେ ବାହାରିଥିବା ବେଳେ ବାକି ୨୬୬୫ଟି ହେଉଛି ଲୋକାଲ୍ କେସ୍ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କଟକ ଜିଲ୍ଲାରୁ ସର୍ବାଧିକ ୬୪୦ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୪୯୫ ଜଣ ନୂଆ ପଜିଟିଜ୍ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁର ଜିଲ୍ଲାରୁ ୫୬୩ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୪୧୬, ବାଲେଶ୍ୱରରୁ ୧୯୫, ବରଗଡ଼ରୁ ୧୬୪, ଭଦ୍ରକରୁ ୨୨୮, ବଲାଙ୍ଗିରରୁ ୮୩, ବୌଦ୍ଧରୁ ୧୧୨, ଦେବଗଡ଼ରୁ ୨୯, ଢେଙ୍କାନାଳରୁ ୧୨୩, ଗଜପତିରୁ ୩୦, ଗଞ୍ଜାମରୁ ୯୩, ଜଗତସିଂହପୁରରୁ ୨୧୮, ଝାରସୁଗୁଡ଼ାରୁ ୮୬, କଳାହାଣ୍ଡିରୁ ୮୦, କନ୍ଧମାଳରୁ ୧୪୩, କେନ୍ଦ୍ରାପଡ଼ାରୁ ୨୨୭, କେନ୍ଦୁଝରରୁ ୧୫୫, କୋରାପୁଟରୁ ୧୮୦, ମାଲକାନଗିରିରୁ ୧୦୭, ମୟୂରଭଞ୍ଜରୁ ୩୫୨, ନବରଙ୍ଗପୁରରୁ ୧୬୬, ନୟାଗଡ଼ରୁ ୧୬୧, ନୂଆପଡ଼ାରୁ ୩୬, ପୁରୀରୁ ୩୯୮, ରାୟଗଡ଼ାରୁ ୧୦୮, ସମ୍ବଲପୁରରୁ ୧୦୩, ସୋନପୁରରୁ ୫୨ ଓ ସୁନ୍ଦରଗଡ଼ରୁ ୨୭୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ ପୁଲ୍ରୁ ୧୦୩ ଜଣ ଚିହ୍ନଟ ହୋଇଛନ୍ତି ।
୬୧୧୮ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୧୯ ହଜାର ୨୧୪ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୩୯ ହଜାର ୩୭୬ ଜଣ ସୁସ୍ଥ ହୋଇସାରିଛନ୍ତି । ୭୬ ହଜାର ୭୫୦ ଜଣ ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ସେହିପରି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଛି । କେବଳ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୦ ଅତିକ୍ରମ କରି ଯାଇଛି । ଏହି ଜିଲ୍ଲାରେ ଏଯାବତ୍ ୫୦୧ ଜଣ କରୋନାରେ ପ୍ରାଣ ହରାଇସାରିଲେଣି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: