କମୁଛି ସଂକ୍ରମଣ: ରାଜ୍ୟରୁ ନୂଆ ୭୩୯୫ ସଂକ୍ରମିତ ଚିହ୍ନଟ

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୦୫/୦୬): ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମୁଥିବା ବେଳେ ଲଗାତାି ଦୁଇ ଦିନ ଧରି ସଂକ୍ରମଣ ହାର ୮ ହଜାର ତଳେ ରହିଛି । ଆଜି ରାଜ୍ୟରୁ ୭୩୯୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୬୯ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାକି ୩୨୨୬ଟି ହେଉଛି ଲୋକାଲ୍ କେସ୍ । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ପାର ହୋଇଛି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୯ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୬୮, ଯାଜପୁରରୁ ୫୧୬, ଅନୁଗୋଳରୁ ୪୪୩, ମୟୂରଭଞ୍ଜରୁ ୩୮୪, ପୁରୀରୁ ୩୫୬ ଓ କେନ୍ଦ୍ରାପଡ଼ାରୁ ୩୪୧, ବାଲେଶ୍ୱରରୁ ୨୮୫ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୭୧, ଭଦ୍ରକରୁ ୨୩୮, ବଲାଙ୍ଗିରରୁ ୮୧, ବୌଦ୍ଧରୁ ୧୩୩, ଦେବଗଡ଼ରୁ ୫୭, ଢେଙ୍କାନାଳରୁ ୮୧, ଗଜପତିରୁ ୫୨, ଗଞ୍ଜାମରୁ ୬୯, ଜଗତସିଂହପୁରରୁ ୨୮୮, ଝାରସୁଗୁଡ଼ାରୁ ୬୬, କଳାହାଣ୍ଡିରୁ ୧୬୬, କନ୍ଧମାଳରୁ ୭୬, କେନ୍ଦୁଝରରୁ ୧୫୮, କୋରାପୁଟରୁ ୧୬୧, ମାଲକାନଗିରିରୁ ୧୧୦, ନବରଙ୍ଗପୁରରୁ ୧୯୬, ନୟାଗଡ଼ରୁ ୨୪୩, ନୂଆପଡ଼ାରୁ ୨୨, ରାୟଗଡ଼ାରୁ ୧୨୫, ସମ୍ବଲପୁରରୁ ୧୩୭, ସୋନପୁରରୁ ୯୧ ଓ ସୁନ୍ଦରଗଡ଼ରୁ ୨୬୭ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍ ପୁଲ୍ରୁ ୧୪୫ ଜଣ ଚିହ୍ନଟ ହୋଇଛନ୍ତି । ୭୩୯୫ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୦୬, ୦୯୪ରେ ଛୁଇଁଛି । ସେମାନଙ୍କ ମଧ୍ୟରୁ ,୨୪,୪୦୨ ଜଣ ସୁସ୍ଥ ହୋଇସାରିଲେଣି । ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୭୮, ୬୮୭ ରହିଛି । ଏପଟେ ସଂକ୍ରମଣରେ ଆଜି ୪୦ ଜଣଙ୍କ ଜୀବନ ନେଇଛି କରୋନା |

Welcome to Odisha News24

error: Content is protected !!
%d bloggers like this: