କମୁଛି ସଂକ୍ରମଣ: ରାଜ୍ୟରୁ ନୂଆ ୫୨୩୫ ଆକ୍ରାନ୍ତ ଚିହ୍ନଟ, ଆଉ ୪୩ ଜୀବନ ନେଲା କରୋନା

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର (୧୧/୦୬): ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ ଏହି ସଂଖ୍ୟା ୬ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୨୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେହିପରି ଆଉ ୪୩ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି ।୪୩ ଜଣଙ୍କ ଜୀବନ ଯିବା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨୧୦କୁ ବୃଦ୍ଧି ପାଇଛି । ୫୨୩୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୯୫୭ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ବାକି ୨୨୭୮ଟି ହେଉଛି ଲୋକାଲ୍ କେସ୍ । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୨୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୫୭ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଆଉ ୪୩ କରୋନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଅଛନ୍ତି । ଅନୁଗୋଳ, ବରଗଡ଼, ସୁନ୍ଦରଗଡ଼ ଓ କଟକରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାରୁ ୩ ଜଣ ଲେଖାଏଁ ଅଛନ୍ତି । ବାଲେଶ୍ୱର, ଗଞ୍ଜାମ, ଝାରସୁଗୁଡ଼ା,କେନ୍ଦ୍ରାପଡ଼ା, ରାୟଗଡ଼ା ଓ ପୁରୀରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ଢେଙ୍କାନାଳ, କନ୍ଧମାଳ, ନୟାଗଡ଼ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଅଛନ୍ତି ।
ସେହିପରି ଅନୁଗୋଳ ଜିଲ୍ଲାରୁ ୨୭୭ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୨୦, ବରଗଡ଼ରୁ ୧୧୮, ଭଦ୍ରକରୁ ୨୧୭, ବଲାଙ୍ଗିରରୁ ୪୧, ବୌଦ୍ଧରୁ ୮୩, ଦେବଗଡ଼ରୁ ୧୪, ଢେଙ୍କାନାଳରୁ ୧୩୭, ଗଜପତିରୁ ୨୩, ଗଞ୍ଜାମରୁ ୭୭, ଯାଜପୁରରୁ ୩୯୪, ଜଗତସିଂହପୁରରୁ ୧୪୮, ଝାରସୁଗୁଡ଼ାରୁ ୨୭, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୩୭, କେନ୍ଦ୍ରାପଡ଼ାରୁ ୨୩୭, କେନ୍ଦୁଝରରୁ ୧୧୫, କୋରାପୁଟରୁ ୧୨୭, ମାଲକାନଗିରିରୁ ୫୮, ମୟୂରଭଞ୍ଜରୁ ୨୮୫, ନବରଙ୍ଗପୁରରୁ ୧୮୬, ନୟାଗଡ଼ରୁ ୧୩୨, ନୂଆପଡ଼ାରୁ ୧୩, ପୁରୀରୁ ୨୩୪, ରାୟଗଡ଼ାରୁ ୧୨୯, ସମ୍ବଲପୁରରୁ ୬୬, ସୁବର୍ଣ୍ଣପୁରରୁ ୩୪ ଓ ସୁନ୍ଦରଗଡ଼ରୁ ୨୫୧ ଜଣ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୫୨୨କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୧୪୮, ବାଲେଶ୍ୱରରେ ୧୧୩, ବରଗଡ଼ରେ ୬୭, ବୌଦ୍ଧରେ ୬୮, କଟକରେ ୨୦୧, ଢେଙ୍କାନାଳରେ ୪୬, ଗଞ୍ଜାମରେ ୨୯୬, ଝାରସୁଗୁଡ଼ାରେ ୮୫, କଳାହାଣ୍ଡିରେ ୧୪୬, କନ୍ଧମାଳରେ ୪୪, କେନ୍ଦ୍ରାପଡ଼ାରେ ୫୯, ନୟାଗଡ଼ରେ ୫୫, ପୁରୀରେ ୧୬୭, ରାୟଗଡ଼ାରେ ୧୨୬, ସମ୍ବଲପୁରରେ ୯୮ ଓ ସୁନ୍ଦରଗଡ଼ରେ ୩୦୩କୁ ବୃଦ୍ଧି ପାଇଛି । ୫୨୩୫ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୪୨ ହଜାର ୪୬୧ ଛୁଇଁଛି । ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୭୨ ହଜାର ୯୭୨ ସୁସ୍ଥ ହୋଇସାରିଛନ୍ତି । ୬୬ ହଜାର ୨୨୬ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: