କମିଶନରେଟ୍ ପୋଲିସର ୬ ଅଫିସରଙ୍କ ବଦଳି, ୫ ନୁଆ ନିଯୁକ୍ତ

ରିପୋର୍ଟ: ଶୁଭାଶିଷ ନାୟକ //
ଭୁବନେଶ୍ୱର(୦୨/୦୬): କମିଶନରେଟ୍ ପୋଲିସରେ ସୋମବାର ଏସିପି ଓ ଇନ୍ସିପେକ୍ଟର ପାହ୍ୟାର ୬ ଅଫିସରଙ୍କ ବଦଳି ହୋଇଥିବା ବେଳେ ୫ ଜଣଙ୍କୁ ନୂଆ ନିଯୁକ୍ତ କରାଯାଇଛି । ଏନେଇ କମିଶନରେଟ୍ ପୋଲିସ ମୁଖ୍ୟାଳୟରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ଭରତପୁର ଥାନା ଅଧିକାରୀ ଦୁର୍ଗାପ୍ରସାଦ ଜେନାଙ୍କୁ ଡିସିଆରବି ଭୁବନେଶ୍ୱର ଭାବେ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଜ୍ୟୋତିରଞ୍ଜନ ପତିଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି ବାଲିପାଟଣା ଥାନା ଅଧିକାରୀ ରାଧାକାନ୍ତ ସାହୁଙ୍କୁ ଏୟାର ଫିଲ୍ଡ ଥାନା ଅଧିକାରୀ ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ତାଙ୍କ ସ୍ଥାନରେ କୃପାସିନ୍ଧୁ ବରଦଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି କଟକ ମାଲଗୋଦାମ ଥାନା ଅଧିକାରୀ ରବିନାରାୟଣ ଭଞ୍ଜଙ୍କୁ ଲାଲବାଗ ଥାନାକୁ ପଠାଯାଇଥିବା ବେଳେ ତାଙ୍କ ସ୍ଥାନ ପୂରଣ କରିଛନ୍ତି ତୃପ୍ତିରଞ୍ଜନ ନାୟକ । ମର୍କତନଗର ଥାନା ଅଧିକାରୀ ପ୍ରଦୀପ୍ତ କୁମାର ନାୟକଙ୍କୁ ବିଡ଼ାନାସୀ ଥାନାକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନକୁ ବିୟୁଟି ମହାନ୍ତିଙ୍କୁୁ ବଦଳି କରାଯାଇଛି । ରେଣୁବାଳା ତ୍ରିପାଠୀଙ୍କୁ କଟକ ଆଇୟୁସିଡ଼ବ୍ଲୁ କୁ ବଦଳି କରାଯାଇଛି । ସେହିପରି ଏସିପି କୃଷ୍ଣଚନ୍ଦ୍ର ସେଠୀଙ୍କୁ ଏସିପି ହେଡକ୍ୱାର୍ଟର ଭୁବନେଶ୍ୱର ଓ ଏସିପି ଆଶୁତୋଷ ମିଶ୍ରଙ୍କୁ କଟକ ଆଇୟୁସିଏଡବ୍ଲୁ୍ୟରେ ନିଯୁକ୍ତି ଦିଆଯାଇଛି ।

Welcome to Odisha News24

error: Content is protected !!
%d bloggers like this: