କମିଲା ଶୀତ, ୮ ଜିଲ୍ଲାରେ ସାମାନ୍ୟ କୁହୁଡି ସମ୍ଭାବନା

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ବର,ତା୦୬-୦୧): ରାଜ୍ୟର କୌଣସି ବି ସହର ୧୦ ଡିଗ୍ରୀ ତଳେ ନ ଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟରେ ଶୀତ ପ୍ରକୋପ ଏବେ ହ୍ରାସ ପାଇଛି । ଆଗକୁ ଆହୁରି କମିବ । ଆସନ୍ତା ୩ ଦିନ ଭିତରେ ରାତି ତାପମାତ୍ରାରେ କିଛି ଖାସ୍ ପରିବର୍ତ୍ତନ ନ ଥିବାବେଳେ ସ୍ୱାଭାବିକ ତାପମାତ୍ରାରୁ ୨ କିମ୍ବା ୩ ଡିଗ୍ରୀ ବୃଦ୍ଧିପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ମିଳିଥିବା ତଥ୍ୟ ମୂତାବକ, ଗତ ମଙ୍ଗଳବାର ରାତିରୁ ତାପମାତ୍ରା ବୃଦ୍ଧିପାଇଛି । ଆସନ୍ତା ୨ରୁ ୩ ଦିନ ସର୍ବନିମ୍ନ ତାପମାତ୍ରା ଆଉ ୩ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିବ । ପରେ ଦୁଇଦିନ ପାଗ ଅପରିବର୍ତ୍ତିତ ରହିବ । ୯ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସାମାନ୍ୟ କମିବ । ହେଲେ ଭୁବନେଶ୍ୱର ସମେତ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାରେ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ମାତ୍ର ୧ରୁ ୨ ଡିଗ୍ରୀ ବଢ଼ିପାରେ ପାଣିପାଗ ବିଭାଗ ପକ୍ଷରୁ ଆଶା କରାଯାଇଛି।

ମିଳିଥିବା ସୂଚନା ମୂତାବକ, ଆସନ୍ତାକାଲି ଅର୍ଥାତ୍ ଗୁରୁବାର ସୁଦ୍ଧା ଦିନ ତାପମାତ୍ରା ପ୍ରାୟ ୩ ଡିଗ୍ରୀ ବଢ଼ିପାରେ । ଯଦିଓ ଗତ କିଛି ଦିନ ତଳେ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ପାରଦ ଖସିଥିଲା, ହେଲେ ଏଣିକି ବଢ଼ିବ । ଅନୁମାନ କରାଯାଉଛି ଯେ, ଗୁରୁବାର ସକାଳେ କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ରାୟଗଡ଼ା, କୋରାପୁଟ୍, ମାଲକାନାଗିରି, ମୟୁରଭଞ୍ଜ ଓ ଭଦ୍ରକରେ ସମାନ୍ୟ କୁହୁଡ଼ି ଦେଖାଯିବ । ଅନ୍ୟପକ୍ଷେ ବୁଧବାର ରାଜ୍ୟରେ ପାଗ ଶୁଖିଲା ଥିବାବେଳେ ଥଣ୍ଡାର ପାରଦ ସାମାନ୍ୟ ହ୍ରାସ ପାଇଛି । କୌଣସି ବି ସହର ୧୦ ଡିଗ୍ରୀ ତଳେ ନ ଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ୧୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ରାୟଗଡ଼ାରେ ୧୨.୦, ଦାରିଙ୍ଗିବାଡ଼ୀରେ ୧୨.୫ ରେକର୍ଡ କରାଯାଇଛି । ଏହାବ୍ୟତୀତ ଭୁବନେଶ୍ୱରରେ ତାପମାତ୍ରା ୧୫.୯ ରହିଥିବାବେଳେ କଟକରେ ୧୫ ଓ ବ୍ରହ୍ମପୁରରେ ତାପମାତ୍ରା ୧୬ ଡିଗ୍ରୀରୁ ଊଦ୍ଧ୍ୱର୍ରେ ରହିଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: