ସାଧାରଣ ଜନତାଙ୍କ ସ୍ୱର

କନ୍ଧମାଳ କୁ ଫେରିଲା ପୁଣି ଶୀତ ଲହରୀ

ୱେବ ରିପୋର୍ଟର : ଜଗଦୀଶ ଦାସ //
ଜି.ଉଦୟଗିରି (୦୨/୦୨): କିଛି ଦିନର ବ୍ୟବଧାନ ପରେ ଜି.ଉଦୟଗିରି ସମେତ ସମଗ୍ର କନ୍ଧମାଳ ଜିଲ୍ଲାକୁ ପୁଣି ଶୀତ ଲେଉଟିଛି । ସମଗ୍ର କନ୍ଧମାଳ ଜିଲ୍ଲାରେ ଏବେ ପାରଦ ତଳମୁଁହା ହେବା ଫଳରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଫଳରେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆଜି ତାପମାତ୍ରା ୭.୫ଡିଗ୍ରୀ ସେଲସିୟସ ଥିବାବେଳେ ଫୁଲବାଣୀର ତାପମାତ୍ରା ୪.୫ଡିଗ୍ରୀକୁ ଥିବା ଜଣାପଡିଛି।

ଜି.ଉଦୟଗିରିରେ ମଧ୍ୟ ପାରଦ ପ୍ରାୟ ୭ ରୁ ୮ ଡିଗ୍ରୀ ଥିବା ଜଣା ପଡୁଥିଲା।ଫଳରେ ଜିଲ୍ଲା ଓ ଜିଲ୍ଲା ବାହାରର ପର୍ଯ୍ୟଟକମାନେ ଶୀତକୁ ଉପଭୋଗ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବୁଲି ଯିବାର ବେଖିବାକୁ ମିଲିଥିଲା। ଆଜି ଘନ କୁହୁଡ଼ି ସୂର୍ଯ୍ୟ କିରଣକୁ ପ୍ରାୟ ଦିନ ୯ଟା ପର୍ଯ୍ୟନ୍ତ ଢାଙ୍କି ରଖିଥିବାର ଦେଖିବାକୁ ମିଳିଥିଲା।ଲୋକମାନେ ଶିତ ଦାଉରୁ ରକ୍ଷାପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ଜାଳି ପାଖରେ ବସିଥିବା ଦେଖିବାକୁ ମିଲିଥିଲା। ସେହିପରି ଜିଲ୍ଲାର ବାଲିଗୁଡ଼ା, ତୁମୁଡ଼ିବନ୍ଧ,କୋଟଗଡ଼, ବେଲଘର, ରାଇକିଆ ଆଦି ଅଞ୍ଚଳରେ ମଧ୍ୟ ପାରଦ ଖସିଥିବା ଜଣାପଡିଛି।ଏହାକୁ ଏ ବର୍ଷର ଶେଷ ଥଣ୍ଡା ବୋଲି ଲୋକେ କହୁଥିବାବେଳେ କେହି କେହି ଆଗକୁ ମାଘ ବୁଡ ଥିବାରୁ ଅଧିକ ଥଣ୍ଡା ଅନୁଭୂତ ହୋଇପାରେ ବୋଲି ମଧ୍ୟ କହୁଛନ୍ତି। ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଇକୋ ରିଟ୍ରିଟ ଫେବୃୟାରୀ ୨୮ ଯାଏଁ ଚାଲିବାକୁ ଥିବାରୁ ଜିଲ୍ଲାକୁ ବହୁ ମାତ୍ରାରେ ପର୍ଯ୍ୟଟକ ଆସିବାରେ ଲାଗିଛନ୍ତି।

Welcome to Odisha News24

%d bloggers like this: