କନ୍ଧମାଳରେ ସାମ୍ବାଦିକଙ୍କ କୋରନାରେ ପରଲୋକ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା ୨୪/୫): ସର୍ବସାଧାରଣ ଖବର କାଗଜର ଫୁଲବାଣୀ ସହର ପ୍ରତିନିଧି ଆଶୁତୋଷ ବେହେରା (୪୫)ଙ୍କ ରବିବାର ରାତିରେ ଫୁଲବାଣୀ କୋଭିଡ୍ ହସ୍ପିଟାଲରେ ପରଲୋକ ହୋଇଛି ।

କରୋନା ଆକ୍ରାନ୍ତ ଯୋଗୁଁ ଗତ ୨୦ତାରିଖରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୃତ୍ୟୁରେ କନ୍ଧମାଳ ଜିଲ୍ଲା ସାମ୍ବାଦିକ ମହଲରେ ଶୋକର ଛାୟା ଖେଳି ଯାଇଛି। ସେ ଜଣେ ମିଷ୍ଟ, ମେଳାପୀ ସ୍ୱାଭାବର ଥିଲେ | ଆଶୁତୋଷ ବେହେରାଙ୍କ ଦେହାନ୍ତ ଖବର କନ୍ଧମାଳ ଜିଲ୍ଲା ସର୍ବସାଧାରଣ ପରିବାର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି | କନ୍ଧମାଳ ଜିଲ୍ଲା ପ୍ରତିନିଧି ସୁନୀଲ ବିଶ୍ୱାଳ ଗଭୀର ଶୋକ ପ୍ରକାଶ କରିବା ସହିତ ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି | ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ପ୍ରମୋଦ ସାହୁ, ଜଗଦୀଶ ଦାସ, ନଚିକେତା ସାହୁ, ପ୍ରତାପ ନାୟକ, ଚନ୍ଦ୍ରକାନ୍ତ କହ୍ନର, ଗଣପତି ବେହେରଦଳାଇ, ବିଭୁତି ଲହରିଆ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି |

Welcome to Odisha News24

error: Content is protected !!
%d bloggers like this: