କନ୍ଧମାଳରେ ଚଳିତ ବର୍ଷ ଲକଡାଉନର ତୃତୀୟ ଦିନ

ରିପୋର୍ଟ: ଜଗଦୀଶ ଦାସ //
ରାଇକିଆ (୦୭/୦୫): ରାଜ୍ୟରେ ପୁଣି ଲକ ଡାଉନ ଫେରିଛି। ମହାମାରୀ କରୋନା ର ଦ୍ବିତୀୟ ଲହରି ଭୟଙ୍କର ଭାବେ ସଂକ୍ରମଣ ହେଉଥିବା ବେଳେ,ଏହି ସଂକ୍ରମଣକୁ ପ୍ରତିହତ କରିବା ସକାଶେ ଆବଶ୍ୟକ ପଦକ୍ଷେପ ଗ୍ରହଣ ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ ଡାଉନ ଘୋଷଣା କରାଯାଇଛି।

ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ ଧରି ସାରା ରାଜ୍ୟରେ ଲକ ଡାଉନ କରାଯାଇଛି।ଲୋକଙ୍କ ସୁବିଧା ପାଇଁ ସକାଳ ୬ ଟା ରୁ ଅପରାହ୍ନ ୧୨ ଟା ପଯ୍ୟନ୍ତ ପନିପରିବା,ମାଛ, ମାଂସ,ଅଣ୍ଡା,ଖିର, କିରାଣୀ ଦୋକାନ,ଫଳ ଦୋକାନ ଔଷଧ ଦୋକାନ ଖୋଲା ରହିବ, ଏବଂବାକି ସବୁ ଦୋକାନ ବନ୍ଦ ।ସମସ୍ତ ବ୍ୟବସାୟୀ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।ଏଥିରେ କେହି ଖିଲାପ କଲେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ କୁହାଯାଇଛି। ଅଞ୍ଚଳରେ ଗାଡି ମଟର ଚଳାଚଳ ବନ୍ଦ ରହିଥିବା ବେଳେ ।ପୋଲିସ ପକ୍ଷରୁ ବହୁ ସ୍ଥାନରେ କଡା କଡ଼ି ବ୍ୟବସ୍ଥା ହୋଇଛି।ଯେଉଁମାନେ ବି ରାସ୍ତାରେ ଯାଉଥିଲେ ତାଙ୍କର ନିଗା ରଖି ପରିଚୟ ନେଇ ଯାଞ୍ଚ କରି ଵାହରକୁ ଆସିବାର କାରଣ ଏବଂ ପାସ ଆଇକାର୍ଡ ଦେଖି ଛାଡୁଥିଲେ।ଲକ ଡାଉନ ର ତୃତୀୟଦିନରେ ଅପରାହ୍ନ ୧୨ ଟା ପରେ ଦୋକାନ ବଜାର ବନ୍ଦ ଓ ରାସ୍ତା ଘାଟ ସବୁ ଶୁନଶାନ୍ ରହିଥିବା ଜଣା ପଡିଛି।

Welcome to Odisha News24

error: Content is protected !!
%d bloggers like this: