କଂଗ୍ରେସ ନେତା ନିରଞ୍ଜନ ଙ୍କ ତୀଵ୍ର ପ୍ରତିକ୍ରିୟା,ଆଲୋଚନା ପାଇଁ ସମୟ ନାହିଁ, ସାଧାରଣଙ୍କ କଥା ଶୁଣିବ କିଏ?

ରିପୋର୍ଟ: ସନ୍ତୋଷ ନାୟକ //
ଭୁବନେଶ୍ୱର,ତା୦୧-୧୨): ଭାରତବର୍ଷର ସମ୍ବିଧାନ ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଏବଂ ମହାନ ସମ୍ବିଧାନ ବୋଲି ସର୍ବଜନ ଆଦୃତ । ଗଣତନ୍ତ୍ର ସେତେବେଳେ ସୁଦୃଢ଼ ଯେତେବେଳେ ଗଣତାନ୍ତ୍ରିକ ମୁଲ୍ୟବୋଧ ପ୍ରତି ପ୍ରଗାଢ଼ ବିଶ୍ୱାସ ଏବଂ ନିଷ୍ଠା ରାଜନୈତିକ ଦଳ, ନେତୃବୃନ୍ଦ ତଥା ଗଣତନ୍ତ୍ରକୁ ସୁଦୃଢ଼ କରିବା ବ୍ୟବସ୍ଥାରେ ଜଡ଼ିତ ସମସ୍ତ ଅଂଶିଦାରମାନେ ଦାୟିତ୍ୱ ନିର୍ବାହ କରିବେ । ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡ଼ି ବିଜେପି ଉପରେ ବିଭିନ୍ନ ଘଟଣାକୁ ନେଇ ଖୁବ ବର୍ଷିଛନ୍ତି । ଆଜକୁ ୭୩ବର୍ଷ ବିତିଗଲାଣି ଆମେ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ହେବା କିନ୍ତୁ ଦୀର୍ଘ ଏହି କିଛି ବର୍ଷ ଓଡ଼ିଶାରେ ରାଜନୈତିକ ଦଳ ଏବଂ ନେତୃବୃନ୍ଦ ଯେନତେନ ପ୍ରକାରଣେ କ୍ଷମତା ଦଖଲ କରିବା ପାଇଁ ଲାଗିପଡ଼ିଛନ୍ତି । ଯଦ୍ୱାରା ଗଣତନ୍ତ୍ର ସୁଦୃଢ଼ ହେବା ପରିବର୍ତେ ଆଜି ଗଣମାନଙ୍କ ସ୍ୱର ଦୁର୍ବଳ ହେବାରେ ଲାଗିଛି ଵୋଲି ନିରଞ୍ଜନ କହିଛନ୍ତି।

“ମୁଁ କୌଣସି ଏକ ନିର୍ଦ୍ଦିଷ୍ଟ ରାଜନୈତିଦଳ ବା ବ୍ୟକ୍ତିବିଶେଷଙ୍କୁ ଆକ୍ଷେପ କରିବାକୁ ଚାହୁଁ ନାହିଁ । କିନ୍ତୁ ଯେଉଁମାନେ ଗଣକ ସ୍ୱରଙ୍କୁ ସମ୍ମାନ ଦେବାପାଇଁ ଏବଂ ସମ୍ବିଧାନପ୍ରତି ଉତରଦାୟି ସେମାନେ ନିଜକୁ ନିଜେ ପ୍ରଶ୍ନ କରିବା ଉଚିତ ସେମାନେ ଜନସାଧାରଣଙ୍କ ସ୍ୱରକୁ ଶାଣିତ କରିବାରେ ପ୍ରୟାସ କରିଛନ୍ତି କି ନା ସୁବିଧାବାଦୀ ରାଜନୀତିରେ ଫାଇଦା ନେଇ କ୍ଷମତା ଦଖଲ କରିବାରେ ବ୍ୟସ୍ତ ଅଛନ୍ତି । ” ନିରଞ୍ଜନ କହିଛନ୍ତି କିଛିବର୍ଷ ଭିତରେ ଓଡ଼ିଶାରେ ମହିଳାମାନଙ୍କ ଅତ୍ୟାଚାର, ଛୋଟ ଶିଶୁମାନଙ୍କର ନିଖୋଜ, ହତ୍ୟା, ଚୋରୀ, ବ୍ୟାଙ୍କ ଡକାୟିତି ବହୁ ମାତ୍ରରେ ବୃଦ୍ଧି ପାଇଛି । ସରକାର ତଥ୍ୟ ଅନୁସାରେ ଓଡ଼ିଶାର ୨୩୧୮୩ ମହିଳାଙ୍କ ପ୍ରତି ଗୁରୁତ୍ୱର ଅତ୍ୟାଚାର କରାଯାଇଛି । ୭୦୧୨ ଜଣ ଶିଶୁଙ୍କ ଉପରେ ଅତ୍ୟାଚାର ଓ ଦୁଷ୍କର୍ମର ଶିକାର ହୋଇଛନ୍ତି । ୫୫୦୩ ଅଳ୍ପ ବୟସ୍କା ବାଳିକା ନିଖୋଜ ଅଛନ୍ତି ବୋଲି ସେ କହିଛନ୍ତି |
ସରକାର ବିଧାନସଭା ଚାଲୁ ବୋଲି ଚାହାଁନ୍ତିକି । ତେଣୁ ଗଣତନ୍ତ୍ର କିଭିଳି ସୁଦୃଢ଼ ହେବ ଗଣଙ୍କ ସ୍ୱର ଉତୋଳନ କରିବା ବିଧାନସଭା ଭଳି ପବିତ୍ର ମନ୍ଦିରରେ ତାଲା କାହିଁକି? ଏଥିପାଇଁ ଗୃହର ନେତା ଖୁଦ୍ ମୁଖ୍ୟମନ୍ତ୍ରୀ ନୈତିକ ଦାୟିତ୍ୱ ନେବେ କି ନାହିଁ । କଂଗ୍ରେସ ମ୍ୟାନେଜ ହୋଇଗଲା ବୋଲି ବିଜେପି ଯେଉଁ ଅଭିଯୋଗ କରିଛି ତାର ଉତର ରଖି ଶ୍ରୀ ପଟ୍ଟନାୟକ କହିଲେ, କଂଗ୍ରେସ ଦଳ ପରୀ ନିଖୋଜ ଏବଂ ତାର ଶବମିଳିବା ଠାରୁ କଂଗ୍ରେସ ଦଳ ନୟାଗଡ଼ ପୋଲିସକୁ ଭେଟିବା ଏବଂ ନୟାଗଡ଼ର ସମସ୍ତ ବିଧାୟକଙ୍କୁ ଚିଠିଲେଖିବା, ପୋଲିସ୍ ଡିଜିଙ୍କୁ ଭେଟିବା ମେମୋରେଣ୍ଡମ ଦେବା ଏବଂ ମାନବିକ ଅଧିକାର କମିଶନଙ୍କ ପାଖରେ ଫେରାଦ ହେବା କାର୍ଯ୍ୟ କରିସାରିଛି ।

ଜୁଲାଇମାସ ୨୧ ତାରିଖ ଠାରୁ ଆଜିପର୍ଯ୍ୟନ୍ତ ନୟାଗଡ଼ ଜିଲ୍ଲାରେ କଂଗ୍ରେସ ପରୀକୁ ଏବଂ ତାର ପରିବାରକୁ ନ୍ୟାୟଦେବା ପାଇଁ ଆନ୍ଦୋଳନ କରି ଚାଲିଛି ତେଣୁ କଂଗ୍ରେସ ଦଳ ଚୁପ ରହିଲା କେଉଁଠୁ ? ଭାରତୀୟ ଜନତାପାର୍ଟି ଆଜକୁ ୪ମାସ କାଳ ଥିଲା କେଉଁଠି? ନୟାଗଡ଼ ଜିଲ୍ଲାରେ ବା ଓଡ଼ିଶାରେ କେଉଁ ସ୍ଥାନରେ ଆନ୍ଦୋଳନ କରିଛନ୍ତି ଓଡ଼ିଶାବାସୀ କେହି ଦେଖିଛନ୍ତିକି? ପରୀର ବାପା ଓ ମା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବାପାଇଁ ଉଦ୍ୟମ କରିବା ପରେ ନଭେମ୍ବର ମାସ ୨୭ ତାରିଖରେ ପ୍ରଥମ ଆନ୍ଦୋଳନ କଲେ । ତେଣୁ ଏ ଦୀର୍ଘଦିନ ଧରି କିଏ ମ୍ୟାନେଜ ହୋଇଥିଲା ଏବଂ କାହିଁକି ହୋଇଥିଲା ? ବିଧାନସଭାରେ କଂଗ୍ରେସ ଦଳ ଏସଆଇଟି ଏବଂ ଏହାକୁ ଜଣେ ଓଡ଼ିଶା ହାଇକୋର୍ଟର କିନ୍ତୁ ସରକାର କ୍ରାଇମବ୍ରାଂଚକୁ ତଦନ୍ତ ଦାୟିତ୍ୱ ଦେଇଥିଲେ । କଂଗ୍ରେସ ଦଳ ସେତେବେଳେ ସହିତ ନୟାଗଡ଼ ଜିଲ୍ଲାର ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଥିଲା । କିନ୍ତୁ ଏସଆଇଟି ଓ ଓଡ଼ିଶା ହାଇକୋର୍ଟ ସିଂଟି ଜର୍ଜଙ୍କ ତତ୍ୱାବଧାନରେ ତଦନ୍ତ ଦାବି ସରକାର ମାନିଲେ ଏବଂ ଓଡ଼ିଶା ଉଚ୍ଚନ୍ୟାୟଳୟର ରେଜିଷ୍ଟରଙ୍କୁ ଚିଠି ଲେଖିଲେ । କଂଗ୍ରେସ ଦଳ କୃଷକମାନଙ୍କ ସମସ୍ୟା, ବେକାରୀ ସମସ୍ୟା, ଶ୍ରମିକ ସମସ୍ୟା, ଶିକ୍ଷା ସମସ୍ୟା ଏ ସମସ୍ତ ବିଷୟରେ ଆଲୋଚନା କରିବାପାଇଁ ପସ୍ତୁତ ବି ହେଲା, କିନ୍ତୁ ଦୁଃଖର କଥା ବିଜେପି ସିବିଆଇ ତଦନ୍ତ ଦାବି କରିବା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କର ଇସ୍ତଫା ଦାବି କରୁଥିଲା ।
ଓଡ଼ିଶାରେ ୧୮-୧୯ଟି ଘଟଣାରେ ସିବିଆଇ ଦୀର୍ଘଦିନ ଧରି ତଦନ୍ତ କରୁଛି ତାହାର ଫଳାଫଳ ଆଜିପର୍ଯ୍ୟନ୍ତ ଜଣାପଡିଲା ନାହିଁ । ତେଣୁ ପରୀର ପରିବାରକୁ ସିବିଆଇ ତଦନ୍ତ ଦ୍ୱାରା ଶୀଘ୍ର ନ୍ୟାୟପ୍ରଦାନ କରାଯାଇ ପାରିଥାନ୍ତା କି? ଦୀର୍ଘ ୨୦ବର୍ଷ ଭିତରେ ଓଡ଼ିଶାରେ ବହୁ ଗୁରୁତ୍ୱପୂର୍ଣ୍ଣ ଗଟଣା ଘଟିଛି କିନ୍ତୁ କେବେ କେହି ଦେଖିଛନ୍ତି କି ଭାରତୀୟ ଜନତାପାଟି ଓଡ଼ିଶା ସରକାରଙ୍କ ବିରୁଦ୍ଧରେ ସ୍ୱର ଉତୋଳନ କରିବାର । କେନ୍ଦ୍ରର ବିଜେପି ସରକାରର ଗୋଟିଏ ପରେ ଗୋଟିଏ ଜନବିରୋଧି ଆଇନକୁ ଅନ୍ଧଭାବରେ ନବୀନ ବାବୁଙ୍କ ସରକାର ସମର୍ଥନ ଦେଇଛନ୍ତି । ନିଜ ଦଳରେ ଆବଶ୍ୟକ ସଂଖ୍ୟକ ସଦସ୍ୟ ନଥାଇ କିଭଳି ଭାବରେ ରାଜ୍ୟ ସଭା ଭାରତୀୟ ଜନତାପାଟି ହାତେଇ ପାରିଲା ଏହା କଣ ଓଡ଼ିଶାବାସୀ ଜାଣନ୍ତି ନାହିଁ । ବାଲେଶ୍ୱର ନିର୍ବାଚନରେ ହାରିବା ପରେ ନିଜର ସ୍ଥିତି ଏବଂ ମୁହଁ ବଂଚାଇବା ପାଇଁ ଏବେ ଏକ ନୂଆ ନାଟକ କରୁଛନ୍ତି ନିରଞ୍ଜନ କହିଛନ୍ତି।

Welcome to Odisha News24

error: Content is protected !!
%d bloggers like this: