ଓଡିଶା ସ୍କିଲ ଡେଭେଲାଫ ଅଥରିଟିର ଅଧ୍ୟକ୍ଷଙ୍କ ନବରଙ୍ଗପୁର ଗସ୍ତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //
ନବରଙ୍ଗପୁର, ୬/୨): ଓଡିଶା ସ୍କିଲ ଡେଭେଲାଫ ଅଥରିଟିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗଚି ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି l ଶ୍ରୀ ବାଗଚିଙ୍କ ଗସ୍ତ ସମୟରେ ନବରଙ୍ଗପୁର ପଲିଟେକ୍ନିକ ସ୍କୁଲ ପରିଦର୍ଶନ କରିବା ସହିତ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

ଜିଲ୍ଲାରେ ସ୍କିଲ ଡେଭେଲାଫ ସ୍ଥିତି ଏବଂ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି l ଏହା ବ୍ୟତୀତ ନବରଙ୍ଗପୁର ଜିଲ୍ଲାର ଥିବା ପଲିଟେକନିକ କଲେଜ ପରିଦର୍ଶନ କରିବା ଅବସରରେ କଲେଜର ଅଧ୍ୟାପକଙ୍କ ଏବଂ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ l ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା ସମୟରେ ନିଜର ପ୍ରଯୁକ୍ତି ବିଦ୍ୟା ପେଶାକୁ ନିଷ୍ଠା ପରେ ସହ ସମୟ ଦେବାକୁ କହିଥିଲେ l ଏହି ଅବସରରେ ଶ୍ରୀଯୁକ୍ତ ବାଗଚି ନିଜକୁ ନବରଙ୍ଗପୁର ମାଟିରେ ଜନ୍ମ ହୋଇ ଥିବା ନେଇଁ ଗର୍ବ ଅନୁଭବ କରିବା ସଙ୍ଗେ ସଙ୍ଗେ ଜିଲ୍ଲାର ପ୍ରଯୁକ୍ତି ବିଦ୍ୟାର ଉନ୍ନତି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବେ ବୋଲି ସୂଚନା ଦେଇଛନ୍ତି l

Welcome to Odisha News24

error: Content is protected !!
%d bloggers like this: