ଓଡିଶା ସାମ୍ବାଦିକ ୟୁନିଅନର ପୂର୍ବତନ ସଭାପତି ଶଙ୍କର ପ୍ରସାଦ ମିଶ୍ରଙ୍କ ଅକାଳ ବିୟୋଗ

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା୩୦-୧୨): ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି, ଉପଦେଷ୍ଟା, ଓଡିଶା ସାମ୍ବାଦିକ ୟୁନିଅନର ପୂର୍ବତନ ସଭାପତି ତଥା ବରିଷ୍ଠ ସାମ୍ବାଦିକ ଶଙ୍କର ପ୍ରସାଦ ମିଶ୍ର (୬୩)ଙ୍କ ଆଜି ଅକାଳ ବିୟୋଗ ଘଟିଛି | ସମ୍ବଲପୁର ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କ ମ୍ରୁତ୍ୟୁ ଘଟିଛି |

ଶଙ୍କର ମିଶ୍ରଙ୍କ ଅକାଳ ବିୟୋଗରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି | ଗତ କିଛି ଦିନ ତଲେ ଶ୍ରୀ ମିଶ୍ର ଗୁରୁତର ଅସୁସ୍ଥ ହୋଇ ବଲାଙ୍ଗିର ଡାକ୍ତର ଖାନା ଆଇସିୟୁରେ ଭର୍ତ୍ତି ହୋଇଥିବା ବେଳେ ସ୍ଵାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ସମ୍ବଲପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା l ଆଜି ଶ୍ରୀ ମିଶ୍ରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଏକ ଶୋକାକୁଳ ପରିବେଶ ସ୍ରୁଷ୍ଟି ହୋଇଛି l ଶ୍ରୀ ମିଶ୍ରଙ୍କ ଦୁଇଟି ଝିଅ ଅଛନ୍ତି l ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ଏବଂ ବଲାଙ୍ଗିର ପ୍ରେସ କ୍ଲବ ଏବଂ ଓଡିଶା ନ୍ୟୁଜ୨୪ ତରଫରୁ ଶ୍ରୀ ମିଶ୍ରଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି l

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ର ପ୍ରତିଷ୍ଠା କ୍ଷେତ୍ରରେ ସ୍ଵର୍ଗତ ମିଶ୍ର ଙ୍କ ଏକ ମହତ୍ ଅବଦାନ ରହିଥିଲା l ଶ୍ରୀ ମିଶ୍ରଙ୍କ ନେତୃତ୍ୱ ଶୈଳୀ, ସାମ୍ବାଦିକତା ବୃତ୍ତି ପ୍ରତି ଅବଦାନ ଏବଂ ଅlମାୟିକ ବ୍ୟବହାର ସବୁଦିନ ପାଇଁ ମନେ ରହିବ ବୋଲି ସାମ୍ବାଦିକ ମହାଲରେ ମତପ୍ରକାଶ ପାଇଛି l

Welcome to Odisha News24

error: Content is protected !!
%d bloggers like this: