ସାଧାରଣ ଜନତାଙ୍କ ସ୍ୱର

ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଦ୍ୱାରା ଲୋକଡାଉନ ପାଇଁ ଲୋକଙ୍କୁ ସଚେତନତା

ରିପୋର୍ଟ: ମିନା ବେହେରା //
ବନ୍ଧୁଗାଁ ତା,୪/୫/୨୧): ବନ୍ଧୁଗାଁ ବ୍ଲକ ଠାରେ ଆଜି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସେବା ଦ୍ୱାରା ଏକ ଚାରି ଚକିଆ ଯାନରେ ମୁଖ୍ୟ ରାସ୍ତା ଓ ବ୍ଲକର ପ୍ରତ୍ୟକ ପଞ୍ଚାୟତର ପ୍ରତ୍ୟକ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମାନଙ୍କରେ ବୁଲି ବୁଲି କରୋନା ଭୁତାଣୁ ପାଇଁ ସଚେତନତା କରାଯାଇଛି |

ଏହି ରୋଗ ଦେଶରେ ଭୟଙ୍କର ରୂପନେଇ ଚାଲିଥିବା ବେଳେ ଓଡିଶା ସରକାର ଏହାକୁ ନଜରରେ ରଖି କରୋନାକୁ ଏଡାଇବା ପାଇଁ ଆସନ୍ତା ତା ୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ଲୋକଡାଉନ କରାଯିବା ଘୋଷଣା କରିଥିବାରୁ, ବନ୍ଧୁଗାଁ ବ୍ଲକଠାରେ ରହିଥିବା ତେରଗୋଟି ପଞ୍ଚାୟତର ସମସ୍ତ ଗ୍ରାମ ବାସୀଙ୍କୁ ଗାଡି ମାଧ୍ୟମରେ ପ୍ରଚାର କରିଥିଲେ | ଏହା ଥିଲା ମୁଖ୍ୟତଃ ଲୋକେ ବିନା ମାସ୍କରେ ବାହାରକୁ ଯିବା ମନା ଓ ଦୋକାନ ବଜାର ଗହଳି ମନା ଓ ଘରୁ ଚାଲିଚାଲି ଯାଇ ପନିପୋରିବା ସଉଦା କିଣି ଆଣିବେ | ଏହା ବ୍ୟତୀତ କରୋନା ପାଇଁ କିଛି ବ୍ୟାକୁଳ ହୋଇ ଚିନ୍ତା କରିବା ଆବଶ୍ୟକ ନାହିଁ | ନିତ୍ୟନ୍ତ ଆବଶ୍ୟକ ଜିନିଷ ମିଳିବ | ନିଜ ଘରେ ନିଜେ କରୋନା କୋଟକୋଣାକୁ ମାନି ସାମାଜିକ ବ୍ୟବଧାନ ସହିତ ହାତକୁ ସାବୁନରେ ବାର ବାର ଧୁଅନ୍ତୁ ଇତ୍ୟାଦି ବିଷୟକୁ ନେଇ ଲୋକଙ୍କୁ ପ୍ରଚାର ମାଧ୍ୟମରେ ଅବଗତ କରାଯାଇଥିଲା I ପ୍ରଶାସନ ଅଧିକାରୀ ଗଣ ମାନେ ଗାଡି ମଟର ଚଳାଚଳକୁ ପୁରା ବନ୍ଦ ଓ ଅମାନିୟଙ୍କୁ ସାବାଡ଼ କରାଯିବା ସହିତ ଜରିମାନା ଆଦାୟ କରାଯିବ ବୋଲି ସୂଚନା ମିଳିଛି | ସୀମାନ୍ତକୁ ପୁରା ସିଲ କରି ଦିଆଯାଇଛି, ପ୍ରଶାସନ ତରଫରୁ ୨୪ ଘଣ୍ଟା ଦାୟିତ୍ୱରେ କୋରାପୁଟ ବନ୍ଧୁଗାଁ ଥାନା ଷ୍ଟାପ ପୋଲିସ ଓ ବନ୍ଧୁଗାଁ ସ୍ୱାସ୍ତ୍ୟ ବିଭାଗ ଓ ବନ୍ଧୁଗାଁ ଗ୍ରାମ ପଞ୍ଚାୟତ ଓ ତହସିଲ କାର୍ଯ୍ୟାଳୟ ଅଧିକାରୀଙ୍କ ଏହି ତିନିଗୋଟି ବିଭାଗର ଅଧିକାରୀ ଗଣ ମୃତୟନ ହୋଇଥିବାର ଦେଖିବାକୁ ମିଳିଛି I

Welcome to Odisha News24

%d bloggers like this: