ଓଡିଶା ନିୟୁଜ-୨୪ର ପ୍ରଭାବ-ସ୍ଥାନୀୟ ପ୍ରଶାସନ କଲା ସହାୟତା, ଦୃଷ୍ଟି ଶକ୍ତି ଫେରି ପାଇବେ ପ୍ରିୟା

ରିପୋର୍ଟ: ସନ୍ତୋଷ ନାୟକ //
ବଲାଙ୍ଗୀର,ତା୧୪-୦୨): ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ-୧୦ ର ପ୍ରିୟଲତା ସିକା ନାମ୍ନୀ ଜଣେ ୧୮ ବର୍ଷୀୟ ଝିଅ ଗତ ଏକ ବର୍ଷ ତଳେ ହଠାତ ତାଙ୍କ ଆଖି ରୁ ଦୃଷ୍ଟି ଶକ୍ତି ହରେଇ ଦେଇଥିଲେ ।

ବାପା ,ମାଆ ଛେଉଣ୍ଡ ପ୍ରିୟଲତା ଳୁ ତାଙ୍କ ବୃଦ୍ଧା ଆଇ ଙ୍କ ନିକଟରେ ରହି ଏକ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଅର୍ଥ ଅଭାଵରୁ ବୃଦ୍ଧା ଆଇ ବିଭିନ୍ନ ପ୍ରକାର ଚିକିତ୍ସା କରି ନିରାଶ ହେବା ଓ ଡାକ୍ତର ଙ୍କ ପରାମର୍ଶ କ୍ରମେ ଅନ୍ୟତ୍ର ଯିବାକୁ ଅର୍ଥ ବାଧକ ସାଜିଥିଲା । ଏ ନେଇ ଅସହାୟ ଅବସ୍ଥାରେ ଥିଲେ । ହେଲେ ଇତି ମଧ୍ୟରେ ଏ ନେଇ ଓଡିଶା ନିୟୁଜ-୨୪ରେ ଖବର ପ୍ରକାଶ କରିବା ପରେ ଟିଟିଲାଗଡ ଉପଜିଲ୍ଲାପାଳ ତାଙ୍କୁ ୧୦,୦୦୦/- ଟଙ୍କାର ସହାୟତା କରି ଆବଶ୍ୟକ ହେଲେ ଆଉ ଅର୍ଥ ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଉକ୍ତ ପ୍ରିୟାର ଅଧିକ ଚିକିତ୍ସା ପାଇଁ କଟକ ଯାଇଛନ୍ତି । ତେବେ ସେ କିପରି ପୁନଃ ଦୃଷ୍ଟି ଶକ୍ତି ଫେରି ପାଇବେ ଦେଖିବାକୁ ସ୍ଥାନୀୟ ଅଧିବାସୀ ଅପେକ୍ଷାରତ ଥିବା ଜଣାଯାଇଛି ।

Welcome to Odisha News24

error: Content is protected !!
%d bloggers like this: