ସାଧାରଣ ଜନତାଙ୍କ ସ୍ୱର

ଓଡିଶା ଗୋହତ୍ୟା ନିରୋଧ ଆଇନକୁ ପରିବର୍ତ୍ତନ କରି କଡାକଡି ଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମାନ୍ୟ ରାଜ୍ୟପାଳଙ୍କୁ ମାନପତ୍ର ପ୍ରଦାନ

ରିପୋର୍ଟ: ଏ.କେ.ବିଶ୍ୱାସ //
ମାଲକାନଗିରି (୮/୦୪/୨୦୨୧): ଆମ ରାଜ୍ୟ ଓଡିଶା ରେ ଗୋ-ହତ୍ୟା ନିରୋଧ ଆଇନ ପୂର୍ବରୁ ରହିଛି୍ | ଏହା ବ୍ରିଟିଶ ଶାସନ ସମୟରୁ ଅପରିବର୍ତ୍ତିତ ହୋଇ ରହିଆସିଛି | ଏଥିରେ ଯେଉଁ ସମସ୍ତ ଦଣ୍ଡବ୍ୟବସ୍ଥା ରହିଛି ତାହା ଆଜିର ଦିନରେ ଅତି କୋହଳ / ସାଧାରଣ ହୋଇପଡିଛି | ଗୋ-ଚାଳାଣ, ଗୋ ହତ୍ୟା, କୁତ୍ରିମ ପ୍ରଜନନ ଓ ଗୋବଂଶ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ନିମନ୍ତେ ଅଳ୍ପ କିଛି ଟଙ୍କା ଓ ଅଳ୍ପ କିଛିଦିନର ହାଜତ ହତ୍ୟାକାରୀଙ୍କ ମନୋବଳକୁ ଆହୁରି ଦୃଢିଭୁତ କରୁଛି |

ଖୋଲାବଜାରରେ, ସହରମାନଙ୍କର ବଡବଡ ହୋଟେଲ୍ ରେଷ୍ଟୋରେଣ୍ଟ୍ ମାନଙ୍କରେ ମାଂସ ନାମରେ ଗୋମାଂସ ରୋଷେଇ ହୋଇ ବିତରଣ ହେଉଛି | ସହର ତଥା ଗ୍ରାମାଞ୍ଚଳର ଦଳିତ ବସ୍ତିରେ ଧର୍ମନାମରେ ଅଣହିନ୍ଦୁ ମାନେ ଗୋହତ୍ୟାକରି ଧର୍ମପରିବର୍ତ୍ତନ କରିଚାଲିଛନ୍ତି | ଗାଇ ତଥା ଗୋବଂଶର ଉପକାରିତା, ପଞ୍ଚଗବ୍ୟ ବ୍ୟବହାରରେ ଆରୋଗ୍ୟତା ଲାଭ ବିଷୟରେ ଲୋକାଭିମୁଖି ନକରି, ଗୋମାଂସ ବା ଲାଲ୍ ମାଂସ ଖାଇବାଦ୍ୱାରା କମ୍ ମୂଲ୍ୟରେ ରୋଗାଗ୍ରସ୍ତ ହେବ ଜାଣିବାପରେ ପାଶ୍ଚାତ୍ୟ ଶିକ୍ଷାକୁ ଅନୁଶରଣକରି ଓ ଅନ୍ୟମାନଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେମାନେ(ସନାତନୀ ମତ ଅନୁସରଣ ବ୍ୟକ୍ତି ବ୍ୟତୀତ) ଗୋ ହତ୍ୟା ଓ ଗୋଚାଲାଣକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରୋତ୍ସାହିତ କରୁଛନ୍ତି |
ଏଣୁ ନିମ୍ନ ମତେ କେତେକ ବିଷୟ କାର୍ଯ୍ୟକାରି କରିବାକୁ ଅନୁରୋଧ କରୁଛୁ
୧. ରାଜ୍ୟ ସରକାର ଗୋହତ୍ୟା ଓ ହତ୍ୟା ନିମନ୍ତେ ଗୋ-ଚାଲାଣକୁ ସମ୍ପୁର୍ଣ୍ଣରୂପେ ବନ୍ଦ କରିବାନିମନ୍ତେ ଆଇନ୍ ପ୍ରଣୟନ କରନ୍ତୁ
୨. ଗୋ-ରକ୍ଷକ ମାନଙ୍କ ଉପରେ କରାଯାଇଥିବା ମିଥ୍ୟା କେସ୍ ଗୁଡିକୁ ପ୍ରତ୍ୟାହାର କରାଯାଉ
୩. ଗୋ-ତସ୍କର ରୋକିବା ନିମନ୍ତେ ସମସ୍ତ ଜିଲ୍ଲାମାନଙ୍କରେ ଟାସ୍କଫୋର୍ସର ନିର୍ମାଣ କରି ସେମାନଙ୍କୁ ଏଥିନିମନ୍ତେ ବିଶେଷ କ୍ଷମତା ଦିଆଯାଉ
୪. ଗୋ-ଚାଲାଣକାରୀ, ଗୋ-ହତ୍ୟାକାରୀ ଓ ଗୋତସ୍କର ମାନଙ୍କୁ ସେମାନଙ୍କୁ ପ୍ରଚ୍ଛଦପରରେ ରହି ସହଯୋଗ କରୁଥିବା ମାଲିକ, ସରକାରୀ ଓ ବେସରକାରୀ ସଂଗଠନର ବ୍ୟକ୍ତିମାନଙ୍କୁ ଚିହ୍ନଟକରି ସେମାନଙ୍କୁ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଅନୁଯାୟୀ ଦଣ୍ଡିତ କରାଯାଉ
୫. ପ୍ରତି ବ୍ଲକରେ ହେବାକୁଥିବା ପ୍ରାଣୀ ଆଶ୍ରୟସ୍ଥଳୀ (ପୁନର୍ବାସ କେନ୍ଦ୍ର) ନିମନ୍ତେ ସ୍ଥାନ ଚୟନ, ଗୋଶାଳା ଓ ନନ୍ଦିଶାଳା ନିର୍ମାଣ, ସେଗୁଡିକୁ ସୁ-ପରିଚାଳନା ନିମନ୍ତେ ଯୋଜନା ଓ ବ୍ୟବସ୍ଥା କରାଯାଉ
୬. ଗୋ ଆଧାରିତ କୃଷି ନିମନ୍ତେ ପ୍ରୋତ୍ସାହନ ଓ ପ୍ରଶିକ୍ଷଣ ଦିଆଯାଉ
୭. ଗୋ ଆଧାରିତ କୂଟୀରଶିଳ୍ପ, ପଞ୍ଚଗବ୍ୟ ଚିକିତ୍ସା, କୀଟନାଶକ, ଔଷଧ ଓ ଉର୍ବରକ ତିଆରି ନିମନ୍ତେ ପ୍ରଶିକ୍ଷଣ ଓ ବ୍ୟବହାର ଶିକ୍ଷା ପ୍ରଦାନ କରାଯାଉ
ସମ୍ପୁର୍ଣ୍ଣ ସମାଜର ବୃହତ ସ୍ୱାର୍ଥ ଦୃଷ୍ଟିରୁ ଗୋସେବା ସମିତି ମାଲକାନଗିରି ର ସଭାପତି ଶ୍ରୀ ଲକ୍ଷ୍ମୀକାନ୍ତ ତ୍ରୀପାଠୀ ଓ ସାବେରୀ ଗୋ ଗ୍ରାମ ଉଦ୍ୟୋଗ ମାଲକାନଗିରିର ଶ୍ରୀ ରାମକୃଷ୍ଣ ଚୌଧୂରୀ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରି ତୁରନ୍ତ ପଦକ୍ଷେପ ଗ୍ରହଣକରିବା ନିମନ୍ତେ ନିବେଦନ କରୁଛନ୍ତି |

Welcome to Odisha News24

%d bloggers like this: