ଓଡ଼ିଶା ମଗାଇଲା ଡିଆରଡିଓ ପ୍ରସ୍ତୁତ କରୋନା ଔଷଧ ‘ଟୁ-ଡିଜି’

ରିପୋର୍ଟ: ସୁଭାସିସ ନାୟକ //
ଭୁବନେଶ୍ୱର(୨୯/୦୫) : ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପ୍ରାୟାସ ଜାରି ରହିଛି । ସଂକ୍ରମଣଙ୍କୁ ରୋକିବା ପାଇଁ ଟିକାର ଅଭାର ଦେଖାଦେଇଥିବା ବେଳେ ଡିଆରଡିଓ ପ୍ରସ୍ତୁତ କରୋନା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ଅର୍ଡର ଦେଇଛନ୍ତି ରାଜ୍ୟ ସରକାର ।

୫ ହଜାର ସ୍ୟାଚେଟ୍ ଟୁ-ଡିଜି ମେଡିସିନ୍ ପାଇଁ ଅର୍ଡର ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଏହି ଔଷଧର ଅର୍ଡର ଦିଆଯାଇଥିବା ସେ କହିଛନ୍ତି । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ଓ ଅନ୍ୟତମ ସର୍ବବୃହତ ଫାର୍ମା କଂପାନୀ ଡକ୍ଟର ରେଡିସ୍ର ମିଳିତ ସହଯୋଗରେ ପ୍ରସ୍ତୁତ କରୋନା ଔଷଧ ଟୁ-ଡିଜିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଗୋଟିଏ ସ୍ୟାଚେଟ୍ ‘ଟୁ-ଡିଜି’ର ଦାମ୍ ୯୯୦ ଟଙ୍କା ରଖିଛି ଔଷଧ ପ୍ରସ୍ତୁତ କରୁଥିବା ଡକ୍ଟର ରେଡିସ୍ କଂପାନୀ । ତେବେ ସରକାରୀ ହସ୍ପିଟାଲ ଦ୍ୱାରା ଏହି ଔଷଧକୁ ରିହାତିରେ ଯୋଗାଇ ଦିଆଯିବ ବୋଲି କଂପାନୀ ପକ୍ଷରୁ କୁହାଯାଇଛି ।

କରୋନା ବିରୋଧରେ ଏହି ଔଷଧ ଭଲ କାମ କରୁଥିବା ବେଳେ ଶରୀର ପ୍ରତି ସଂପୂର୍ଣ୍ଣ ନିରାପଦ ବୋଲି ମଧ୍ୟ ପ୍ରମାଣିତ ହୋଇଛି । ତିନି ପର୍ଯ୍ୟାୟ ଟ୍ରାଏଲ ରିପୋର୍ଟକୁ ଅନୁଧ୍ୟାନ କଲା ପରେ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ଏହି ଔଷଧର ବ୍ୟବହାର ଲାଗି ଅନୁମତି ଦେଇଛନ୍ତି । ଅକ୍ସିଜେନ ଆବଶ୍ୟକତା ପଡୁଥିବା ଗୁରୁତ୍ତର ରୋଗୀଙ୍କ ପାଇଁ ଏହି ଔଷଧ ଭଲ କାମ ଦେଉଥିବା ଜଣାପଡିଛି ।

Welcome to Odisha News24

error: Content is protected !!
Chat on Whatsapp
1
Hello
Hello
How Can I Help You ?
%d bloggers like this: